DNA India
ରିଆମାଳ: କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ପଞ୍ଚାୟତ ତୋଟାବାରୀ ଗ୍ରାମରେ ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିବା ଘଟଣାରେ ପୁଲିସ ସ୍ବାମୀ ବାଳକୃଷ୍ଣ ନାଏକଙ୍କୁ ରବିବାର ଗିରଫ କରିଛି।
ସୂଚନା ଅନୁସାରେ, ଗତ ୧ ତାରିଖରେ ବାଳକୃଷ୍ଣ ନାଏକ ସ୍ତ୍ରୀ ମିନତି ନାଏକ (୨୭)ଙ୍କୁ ଏକ କୁରାଢ଼ିରେ ହାଣି ଫେରାର୍ ହୋଇଯାଇଥିଲା। ୨ ତାରିଖରେ ମିନତିଙ୍କ ଭାଇ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଖଇରବେନି ଗ୍ରାମର ରଞ୍ଜିତ ନାଏକ ୨ ତାରିଖ ଦିନ ଆସି କୁଣ୍ଢେଇଗୋଳା ଥାନାକୁ ଆସି ଏକ ଲିଖିତ ରିପୋର୍ଟ କରିଥିଲେ। କୁଣ୍ଢେଇଗୋଳା ଥାନା ଅଧିକାରୀ ସନ୍ତୋଷ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରିଥିଲେ। ଘଟଣାର ୨୦ ଦିନ ପରେ ପୁଲିସ ବାଳକୃଷ୍ଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।
Follow Us