କାମାକ୍ଷାନଗରରେ ଚାଞ୍ଚଲ୍ୟ: ଗୁଳିମାଡ଼ରେ ଖଣି ବ୍ୟବସାୟୀଙ୍କ ମୃତ୍ୟୁ

Advertisment
କାମାକ୍ଷାନଗରରେ ଚାଞ୍ଚଲ୍ୟ: ଗୁଳିମାଡ଼ରେ ଖଣି ବ୍ୟବସାୟୀଙ୍କ ମୃତ୍ୟୁ

କାମାକ୍ଷାନଗର: ପୁଣି କାମାକ୍ଷାନଗରରେ ଫୁଟିଲା ଗୁଳି। ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ନିରାକାର ସାହୁ ମୃତ। କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି।

ଆଜି ସକାଳେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।

ନିରାକାର ସାହୁଙ୍କ ଘର ତୁମୁସିଙ୍ଗା ଥାନି କନ୍ତିଓପୁଟସାହିରେ ବୋଲି ଜଣାପଡ଼ିଛି। ତାଙ୍କ ଦେହରେ ଗୁଳି ବାଜିବା ସହ ବେକରେ କ୍ଷତ ଥିବା ରକ୍ତାକ୍ତ ମୃତଦେହ ପଡ଼ିଛି। ମୃତକ ଗତ ୨୦୨୧ ସେପ୍ଟେମ୍ବର ୨୧ ତାରିଖରେ ଗୁଳିମାଡ଼ରେ ମୃତ ବାରୁଆଁ(କା) ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଆସାମୀ ଥିବା ବେଳେ ବିଗତ ୪ ମାସ ହେବ ଜାମିନରେ ଆସି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ କରିୁଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ସର୍ବେଶ୍ବର ସାହୁ ଗଣମାଧ୍ୟମ ଓ ପୁଲିସ ଆଗରେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe