ପୋଲ ତଳୁ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ପଥରରେ ଛେଚି ନିର୍ମମ ହତ୍ୟା

ପୋଲ ତଳୁ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ପଥରରେ ଛେଚି ନିର୍ମମ ହତ୍ୟା

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ପୋଲ ତଳୁ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାକୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ  ବୋଲି ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି କିଛି ସ୍ଥାନୀୟ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ପୋଲ ତଳେ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତକ ଜାମୁକୁଣ୍ଡିଆ ଗାଁର ଶୁକଦେବ ଲାଗୁରୀ (୧୪) ବୋଲି ସୂଚନା ମିଳିଥିବା ବେଳେ, ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି ଶୁକଦେବ ସନ୍ଧ୍ୟାରେ ପାଖ ଗାଁକୁ ମକରମେଳା ଦେଖିବାକୁ ଯାଇ ଘରକୁ ଫେରି ନଥିଲେ। ସାଇଣ୍ଟିଫିକ୍ ଟିମ୍‌ କୁ ଅପେକ୍ଷା କରାଯାଇଥିବା ବେଳେ, ଘଟଣାସ୍ଥଳରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe