ଖର୍ଚ୍ଚ କରିବାକୁ ଟଙ୍କା ନ ଦେବାରୁ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା: ଦୁଇ ନାବାଳକ ସାଙ୍ଗ ଅଟକ, ଅନ୍ୟ ଜଣେ ଫେରାର

Advertisment
ଖର୍ଚ୍ଚ କରିବାକୁ ଟଙ୍କା ନ ଦେବାରୁ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା: ଦୁଇ ନାବାଳକ ସାଙ୍ଗ ଅଟକ, ଅନ୍ୟ ଜଣେ ଫେରାର

ରାଉରକେଲା: ଖର୍ଚ୍ଚ କରିବାକୁ ଟଙ୍କା ନ ଦେବାରୁ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାର ସାଙ୍ଗମାନେ ଲାଠିରେ ପିଟିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି। ହତ୍ୟା ପରେ ଉଦିତନଗର ସରନା ଛକ କଚଡ଼ା ପୁଲିଆ ନିକଟରେ ଫିଙ୍ଗି ଦେଇଛନ୍ତି। ମୃତ ଛାତ୍ର ହେଲେ ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫)। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ହତ୍ୟାରେ ସଂପୃକ୍ତ ଦୁଇ ନାବାଳକ ଛାତ୍ରଙ୍କୁ ଉଦିତନଗର ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଏମାନେ ସମସ୍ତେ ବାଲୁଘାଟ ଓ ଉଦିତନଗର ଓରାମପଡ଼ାର। ପୁଲିସ ଛାତ୍ରର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

publive-image

ଏହି ହତ୍ୟାକାଣ୍ଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ ଏରିଆ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି। ହତ୍ୟାକାରୀ ଅଭିଯୁକ୍ତ ତିନି ଛାତ୍ର ରୁଦ୍ରର ସାଙ୍ଗ। ତିନି ଅଭିଯୁକ୍ତ ଛାତ୍ର ରୁଦ୍ରଙ୍କୁ ଖର୍ଚ୍ଚ କରିବାକୁ ଟଙ୍କା ଦିଅନ୍ତି। ଗତ ଦୁଇ ଦିନ ତଳେ ସେମାନେ ରୁଦ୍ରଙ୍କୁ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ। ରୁଦ୍ର ପାଖରେ ଟଙ୍କା ନ ଥିବାରୁ ଅରାଜି ହୋଇଥିଲା। ରୁଦ୍ରଙ୍କୁ ତିନି ଅଭିଯୁକ୍ତ ଛାତ୍ର କଲକରି ଉଦିତନଗର ଡାକିଥିଲେ। ରୁଦ୍ର ଘରକୁ ନ ଫେରିବାରୁ ପରିବାର ଲୋକ ରଘୁନାଥପାଲି ଥାନାରେ ନିଖୋଜ ନେଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ କଚଡ଼ା ପୁଲିଆ ନିକଟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe