ନିର୍ମାଣାଧୀନ ରେଳ ପୋଲ ନିକଟରୁ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଥାନାରେ ଅଟକ

Advertisment
ନିର୍ମାଣାଧୀନ ରେଳ ପୋଲ ନିକଟରୁ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଥାନାରେ ଅଟକ

ବୌଦ୍ଧ: ବୌଦ୍ଧ ଥାନା ବଢିଗାଁ ଗ୍ରାମପଞ୍ଚାୟତ ଯୋଗୀ ଭୋଗରା ଗ୍ରାମରେ ନିର୍ମାଣାଧୀନ ରେଳ ପୋଲ ନିକଟରୁ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାକାରୀ ସିକ୍ୟୁରିଟି ଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ସୂଚନାି ଅନୁଯାୟୀ, ରେଳ ଠିକା ସଂସ୍ଥାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ହୋଇଥିବା ଓ ତାଙ୍କୁ କେହି କୌଣସି କାରଣରୁ ଗତ ରାତିରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ମୃତକ ଜଣକ ମୁଣ୍ଡିପଦର ଗ୍ରାମର ଓ ରାଉତବାହାଲ ଗ୍ରାମରେ ଶ୍ୱଶୁର ଘରେ ପରିବାର ସହ ରହୁଥିବା ରଞ୍ଜନ ପ୍ରଧାନ ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହରେ ପୁଲିସ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଖୁଣ୍ଟିଆପଡ଼ା ଗ୍ରାମର ପ୍ରକାଶ ବେହେରା ବୋଲି ଜଣାଯାଇଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe