ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ଆଜୀବନ ସଜା ଭୋଗୁଥିବା ୫ ବନ୍ଦୀଙ୍କୁ ମିଳିଲା ଜାମିନ

Advertisment
ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ଆଜୀବନ ସଜା ଭୋଗୁଥିବା ୫ ବନ୍ଦୀଙ୍କୁ ମିଳିଲା ଜାମିନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ପାଞ୍ଚ ଜଣ ଆଜୀବନ କାରାଗାର ରେ ଦଣ୍ଡିତ ବନ୍ଦୀଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି.ଏମାନେ ହତ୍ୟା ମାମଲା ରେ ଆଜୀବନ ସଜ୍ଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମକଦମା ବିରୋଧୀ ଅଭିଯାନ ଓ ସାମ୍ବାଦିକ ଆଣ୍ଟ ଆକ୍ରା ପକ୍ଷରୁ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଏମାନଙ୍କୁ ମୁକ୍ତି ଦେବା ପାଇଁ ପ୍ରୟାସ ଚଳାଇଥିଲେ । ଗତ ୨୬ତାରିଖ ସମ୍ଭିଧାନ ଦିବସରେ ମାନ୍ୟବର ସୁପ୍ରିମ କୋର୍ଟ ପାଞ୍ଚ ଜଣ ଦୋଷୀକୁ ଜାମିନ ଦେବାପାଇଁ ନିର୍ଦେଶ ଦେଇଥିଲେ । ଏହି ଜାମିନ ବଳରେ ଆଜି ବାଲିଗୁଡା ଉପଖଣ୍ଡ କାରାଗାରରେ ଆଜୀବନ ସଜ୍ଜା କାଟୁଥିବା ଦୁର୍ଯ୍ୟଧାନ ସୁନାମାଝି, ଭାସ୍କର ସୁନାମାଝି ଓ ମୁଣ୍ଡା ବଡମାଝି, ତିନି ଜଣ ସୁପ୍ରିମ କୋର୍ଟ ଙ୍କ ଜାମିନ ବଳରେ କାରାଗାରରୁ ବାହାରିଛନ୍ତି । ଅନ୍ୟ ଦୁଇ ଜଣ ବୁଦ୍ଧଦେବ ନାୟକ ଭଞ୍ଜନଗର ଜେଲ ଓ ସନାତନ ବଡ଼ମାଝୀ ଏମ. ରାମପୁର ଜେଲ ରୁ ଜାମିନ ରେ ବାହାରିବେ । ତେବେ ଦୀର୍ଘ ଏଗାର ବର୍ଷ ପରେ ଜାମିନ ପାଇଥିବା ରୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ନିଜକୁ ନିର୍ଦୋଷ ପ୍ରମାଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଣ୍ଟ ଆକ୍ରା - ଜାତୀୟ ଗଣମାଧ୍ୟମ ପ୍ରତିନିଧି, ନରେନ୍ଦ୍ର ମହାନ୍ତି - ରାଜ୍ୟ ମିଥ୍ୟା ମୋକଦମା ବିରୋଧୀ ଅଭିଯାନ ସଦସ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe