ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଝାରସୁଗୁଡ଼ାଙ: ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଟିଏମ୍ କଲୋନିର ସ୍ବାଗତିକା ଜେଠୀ(୨୫)ଙ୍କର ଗତ ୧୬ ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏସଂକ୍ରାନ୍ତରେ ସ୍ବାଗତିକାଙ୍କ ମା’ ଢେଙ୍କାନାଳ ଜିଲ୍ଲା ଭୁବନର ରୀତା ଜେଠୀଙ୍କ ଏତଲା ଆଧାରରେ ସଦର ଥାନା ପୁଲିସ୍ ଏକ ଯୌତୁକ ଜନିତ ବଧୂହତ୍ୟା ମାମଲା ରୁଜୁ କରିଛି।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ବାଗତିକାଙ୍କ ଶବ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ, ସ୍ବାଗତିକାଙ୍କ ସ୍ବାମୀ ଜୀବନଜିତ ବରାଳକୁ ପୁଲିସ୍ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ ସ୍ବାଗତିକା ଓ ଜୀବନଙ୍କର ପ୍ରେମ ବିବାହ ହୋଇଥିଲା। ମାତ୍ର ବିବାହ ପରଠାରୁ ଯୌତୁକ ଦାବିରେ ତାଙ୍କୁ ନିୟମିତ ନିର୍ଯାତନା ଦିଆଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe