ଗାଆଁମୁଣ୍ଡରୁ ଗାଈଚରାଳିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ !

Advertisment
ଗାଆଁମୁଣ୍ଡରୁ ଗାଈଚରାଳିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ !

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଲୁମୁରୁଜୁନା ଗ୍ରାମରେ ଜନେକ ବ୍ୟକ୍ତିଙ୍କୁ ଗୁରୁବାର ଦିନ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରଜୁନା ଗାଁ ମୁଣ୍ଡରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ମୃତକ ଜଣକ ମନମୁଣ୍ଡା ଥାନା ଲୁମୁରଜୁନା ଗ୍ରାମର ସମାରୁ ଗେଜ। ସମାରୁ ଗୁରୁବାର ଗାଈ ଚରାଇବାକୁ ଗ୍ରାମ ପଡ଼ିଆକୁ ଯାଇ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସମାରୁଙ୍କ କୌଣସି ପତ୍ତା ପାଇନଥିଲେ।  ପରିବାର ଲୋକ ମନମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ଆଜି ସମାରୁଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମାରୁଙ୍କୁ କେହି ଦୃର୍ବୃତ୍ତ ହତ୍ୟା କରି ପକାଇ ଦେଇଥିବା ସନ୍ଦେହ କରାଯାଉଛି।  ଏଭଳି ଏକ ନିର୍ମମ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe