ଚଳନ୍ତା ଟ୍ରେନ୍‌ରେ ହତ୍ୟା: ପତ୍ନୀର ପ୍ରେମିକକୁ ଛୁରୀ ଭୁସିଲା ସ୍ବାମୀ

Advertisment
ଚଳନ୍ତା ଟ୍ରେନ୍‌ରେ ହତ୍ୟା: ପତ୍ନୀର ପ୍ରେମିକକୁ ଛୁରୀ ଭୁସିଲା ସ୍ବାମୀ

ଗଞ୍ଜାମ: ପରକୀୟା ପ୍ରୀତିକୁ ନେଇ ଚଳନ୍ତା ଟ୍ରେନ୍‌ରେ ଘଟିଛି ହତ୍ୟାକାଣ୍ଡ। ପ୍ରତିଶୋଧପରାୟଣ ହୋଇ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍‌ରେ ପତ୍ନୀଙ୍କ ପ୍ରେମିକକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ, ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଜାମୁଣିଆ ଥାନା ଅନ୍ତର୍ଗତ ତାଲଚେରସରାଇ ଗ୍ରାମର ପ୍ରସନ୍ନଜିତ ଗରାଇ(୪୦) ବୋଲି ବ୍ରହ୍ମପୁର ଜିଆର୍‌ପି ଥାନା ଅଧିକାରୀ ଜ୍ୟୋତିପ୍ରକାଶ ନାୟକ ସୂଚନା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ରାଜୀବ ଗରାଇ(୩୫)ଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପଶ୍ଚିମବଙ୍ଗର ରାଜୀବ ତାଙ୍କ ପତ୍ନୀ ବନ୍ଦନା ଗରାଇ ଏବଂ ଶ୍ବଶୁର ପଲାନା ଗରାଇଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତ ପ୍ରାୟ ଏକ ସପ୍ତାହ ହେଲା ଚେନ୍ନାଇ ଯାଇଥିଲେ। ତାଙ୍କ ସହିତ ପ୍ରସନ୍ନଜିତ ମଧ୍ୟ ଚେନ୍ନାଇ ଯାଇଥିଲେ। ପ୍ରସନ୍ନଜିତ ପୂର୍ବରୁ ଚେନ୍ନାଇ ଯାଇଥିବାରୁ ସ୍ବାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିବା ପାଇଁ ସେ ସାଙ୍ଗରେ ଯାଇଥିଲେ। ଚେନ୍ନାଇରେ ସମସ୍ତେ ଏକ ଲଜ୍‌ରେ ରହିଥିଲେ। ସେହି ରହଣି ସମୟରେ ବନ୍ଦନା ଓ ପ୍ରସନ୍ନଜିତଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିବା ରାଜୀବ ଜାଣିବାକୁ ପାଇଥିଲେ। ରାଜୀବଙ୍କ ଅନୁପସ୍ଥିତିରେ ଉଭୟେ ବିଭିନ୍ନ ସ୍ଥାନ ବୁଲାବୁଲି କରିଥିଲେ। ଏପରିକି ଉଭୟଙ୍କୁ ଗୋଟିଏଦିନ ଲଜ୍ ରୁମ୍‌ରେ ରାଜୀବ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ରାଜୀବ ଏହାର ପ୍ରତିବାଦ କରିବାରୁ ପ୍ରସନ୍ନଜିତଙ୍କ ସହିତ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସେହିଦିନଠାରୁ ରାଜୀବ ପ୍ରତିଶୋଧପରାୟଣ ହୋଇ ଉଠିଥିଲେ। ମେଡିକାଲ କାମ ସରିବା ପରେ ଗତକାଲି ସମସ୍ତେ ଚେନ୍ନାଇ-ହାୱଡ଼ା ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌(୧୨୮୪୦) ଯୋଗେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ। ସ୍ତ୍ରୀଙ୍କ ସହିତ ଅନ‌ୈତିକ ସମ୍ପର୍କ ରକ୍ଷା କରିବାର ପ୍ରତିଶୋଧ ନେବାପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇ ରହିଥିଲେ ରାଜୀବ। ଟ୍ରେନ୍‌ଟି ଅପରାହ୍ନରେ ଛତ୍ରପୁର ଷ୍ଟେସନ୍‌ ପାର୍‌ ହୋଇ ରିକାପଲ୍ଲୀ ଅତିକ୍ରମ କରୁଥିବାବେଳେ ହଠାତ୍‌ ରାଜୀବ ଏକ ଛୁରୀ ବାହାର କରି ପ୍ରସନ୍ନଜିତଙ୍କ ପେଟରେ ବାରମ୍ବାର ଭୁସିଥିଲେ। ପ୍ରସନ୍ନଜିତଙ୍କ ଶରୀରରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା। ଏହାଦେଖି ଟ୍ରେନ୍‌ ଭିତରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ‌ଯାତ୍ରୀଙ୍କ ପାଟିତୁଣ୍ଡ ଶୁଣି ସୁରକ୍ଷା ଦାୟିତ୍ବରେ ଥିବା ରେଳବାଇ ପୁଲିସ ସେଠାରେ ପହଞ୍ଚି ରାଜୀବଙ୍କୁ କାବୁ କରିଥିଲା। ଏହାପରେ ତୁରନ୍ତ ଟ୍ରେନ୍‌ ଡ୍ରାଇଭର୍‌ଙ୍କୁ ଖବର କରାଯାଇଥିଲା।

ଅପରାହ୍ନ ପ୍ରାୟ ୨ଟା ବେଳେ ଟ୍ରେନ୍‌ଟି ଗଞ୍ଜାମ ରେଳ ଷ୍ଟେସନ୍‌ରେ ଅଟକିଥିଲା। ରକ୍ତାକ୍ତ ଅବସ୍ଥାରେ ପ୍ରସନ୍ନଜିତଙ୍କୁ ଉଦ୍ଧାର କରି ପ୍ଲାଟଫର୍ମକୁ ଅଣାଯାଇଥିଲା। ଗଞ୍ଜାମ ଷ୍ଟେସନ୍‌ରେ ସୁରକ୍ଷା ଦାୟିତ୍ବରେ ଥିବା ହାବିଲଦାର୍‌ ପି.କେ.ନାୟକ ଓ ଷ୍ଟେସନ୍‌ମାଷ୍ଟର୍‌ ତୁରନ୍ତ ଗଞ୍ଜାମ ଥାନାକୁ ଖବର ଦେଇଥିଲେ। ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ପ୍ରସନ୍ନଜିତଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଇଥିଲା। ହେଲେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାଣ୍ଡ ଘଟାଇଥିବା ରାଜୀବଙ୍କୁ ଜିଆର୍‌ପି ପୁଲିସ ଅଟକ ରଖିଛି। ପତ୍ନୀଙ୍କ ସହିତ ଅନୈତିକ ସମ୍ପର୍କକୁ ନେଇ ପ୍ରତିଶୋଧପରାୟଣ ହୋଇ ସେ ପ୍ରସନ୍ନଜିତଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଏ ନେଇ ଜିଆର୍‌ପି ପୁଲିସ କେସ୍ ନମ୍ବର ୪୭/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe