ଯୁବକଙ୍କୁ ପିଟି ପିଟି ହତ୍ୟା, ଜଣଙ୍କୁ ଅଟକ ରଖିଛି ପୁଲିସ୍ 

Advertisment
ଯୁବକଙ୍କୁ ପିଟି ପିଟି ହତ୍ୟା, ଜଣଙ୍କୁ ଅଟକ ରଖିଛି ପୁଲିସ୍ 

image source-dailyhunt

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ବଗମରା ଆଦିବାସୀ ସାହି ଗ୍ରାମର କଟିଆ ମୁର୍ମୁ। ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଗ୍ରାମାଞ୍ଚଳ ପୁଲିସ ଜଣକୁ ଅଟକ ରଖିଛି।

ବାଡ଼ିରେ ପିଟି ପିଟି କଟିଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ  କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ।  କିନ୍ତୁ ତା ପୂର୍ବରୁ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗାଁର ଜଣେ ଯୁବକ ଏକ ବାଡ଼ିରେ ମୃତକଙ୍କୁ ମାଡ଼ ମାରିବା ସହ ଗାଳି ଦେଉଛନ୍ତି।

ଅଭିଯୁକ୍ତଙ୍କ ଭଉଣୀଙ୍କୁ  ମୃତ ଯୁବକ ଜୋର ଜବରଦସ୍ତି ଅନ୍ୟ କେଉଁଆଡ଼େ ରଖିଥିବା ନେଇ ଅଭିଯୁକ୍ତମାନେ ଜାଣିପାରିଥିଲେ। ପରେ ତାଙ୍କ ଭଉଣୀକୁ ଅନ୍ୟ କେଉଁଆଡ଼େ ବିକ୍ରି କରିଦେଇଥିବା କହି ଯୁବକଙ୍କୁ ବାଡ଼େଇ ବାଡ଼େଇ ମାରିଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe