ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍‌ରେ ହତ୍ୟା ଧମକ

Advertisment

ଚାରିଦିନ ମଧ୍ୟରେ ହତ୍ୟା କରିବାକୁ ଚେତାବନୀ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଚାରିଦିନ ମଧ୍ୟରେ ହତ୍ୟା କରିବାକୁ ଚେତାବନୀ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ଫୋନ୍‌ରେ ହତ୍ୟା ଧମକ
ଫୁଲବାଣୀ/ ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ମହାରାଜଙ୍କୁ ଆଜି ଅଜ୍ଞାତ ‌ଦୁର୍ବୃତ୍ତ ଟେଲିଫୋନ୍‌ରେ ହତ୍ୟା ଧମକ ଦେଇଛି। ଅପରାହ୍‌ଣ ୫ଟାରେ ତାଙ୍କୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ୪ ଦିନରେ ମଧ୍ୟରେ ହତ୍ୟା କରାଯିବ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି।
ମାଓ ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆ ଯାଇଥିବା ନେଇ ଫୋନ୍‌ ଯୋଗେ ଧମକ ଦେଇଥିବା ବ୍ୟକ୍ତି କହିଛି। ଏହାକୁ ନେଇ ଆଶ୍ରମ ପରିସରରେ ଏବେ ଭୟର ବାତାବରଣ ଖେଳି ଯାଇଛି। ସ୍ବାମୀ ଜୀବନମୁକ୍ତାନନ୍ଦ ତୁରନ୍ତ ଏ ନେଇ ଆଶ୍ରମ କର୍ମକର୍ତ୍ତାଙ୍କ ସହ ଯୋଗଯୋଗ କରିଥିଲେ। ଏକ ଜରୁରୀ ବୈଠକ ଡକାଇ ଜିଲ୍ଲାର ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ତୁମୁଡ଼ିବନ୍ଧ ଥାନାରେ ସ୍ବାମୀଜୀଙ୍କ ପକ୍ଷରୁ ଦିଆ ଯାଇଥିବା ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଆଶ୍ରମ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ଭିନିତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି।
publive-image
ସୂଚନାଯୋଗ୍ୟ, ଗତ ୨୦୦୮ରେ ତୁମୁଡ଼ିବନ୍ଧ ଜଲେଶପଟ୍ଟା କନ୍ୟାଶ୍ରମର ତତ୍‌କାଳୀନ ମୁଖ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଅନ୍ୟ ଚାରି ଜଣ ଅନୁଗାମୀଙ୍କୁ ଆତତାୟୀମାନେ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ କନ୍ଧମାଳରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ମଣାନନ୍ଦଙ୍କ ସ୍ଥାନରେ ଆଶ୍ରମ ମୁଖ୍ୟ ଭାବେ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ଦାୟିତ୍ବରେ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe