DNA India
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ପଞ୍ଚପଡ଼ା ବାଲିଘାଟ ରାସ୍ତାରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାକରୀ କିଏ ଓ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ କୌଣସି ତଥ୍ୟ ପୁଲିସ ପାଖରେ ନଥିବା ଜଣାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳର ପ୍ରମୋଦ ସିଂହ(୨୮) ବୋଲି ପୁଲିସ କହିଛି। ମୃତ ପ୍ରମୋଦ ଜଣେ ଅଟୋ ଡ୍ରାଇଭର ଓ ଭଡ଼ାରେ ବିଭିନ୍ନ ଅଟୋ ଚଳାଇଥାନ୍ତି ବୋଲି ଆଇଆଇସି ସୁଚିସ୍ମିତା ମହାନ୍ତି ପ୍ରକାଶ କରିଛନ୍ତି।
ହତ୍ୟାକାରୀ ଧାରୁଆ ଅସ୍ତ୍ରରେ ତାଙ୍କ ବେକ, ମୁଣ୍ଡ, ଛାତି, ମୁହଁ, ଗାଲ ତଥା ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିବା ବେଳେ ଗଭୀର କ୍ଷତ ହୋଇଥିବା ଦେଖା ଯାଇଛି। ଖବର ପାଇ ଏସ୍ଡିପିଓ ନିର୍ମଳ ମହାପାତ୍ର, ଆଇଆଇସି ଶ୍ରୀମତୀ ମହାନ୍ତି ସାଇଣ୍ଟିଫିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାରୀର କୌଣସି ସୁରାକ ପାଇନଥିବା ଆଇଆଇସିଙ୍କଠାରୁ ପ୍ରକାଶ।
Follow Us