ସ୍ତ୍ରୀକୁ ହତ୍ୟା, ସ୍ବାମୀ ଅଟକ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବସନ୍ତପୁର ପେଣ୍ଠେଇ ସାହିରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୁଲିସ ସ୍ବାମୀଙ୍କୁ ଅଟକ ରଖିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସ୍ବାମୀ ସୁଶାନ୍ତ ପେଣ୍ଠେଇଙ୍କ ସହ  ସ୍ତ୍ରୀ ଲକ୍ଷ୍ମୀ ପେଣ୍ଠେଇ(୨୫) ଙ୍କର ଝଗଡ଼ା ହୋଇଥିଲା । ଆଜି ସକାଳେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଲକ୍ଷ୍ମୀଙ୍କ ଭାଇ ଲକ୍ଷ୍ମୀଧର ପେଣ୍ଠେଇଙ୍କ ଅଭିଯୋଗ ଅନୁଯାୟୀ ସୁଶାନ୍ତ ହିଁ ଲକ୍ଷ୍ମୀଙ୍କୁ ହତ୍ୟା କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଏ ନେଇ ବାମେବାରୀ ଥାନାରେ ଏକ ହତ୍ୟା ମାମଲା ନଂ ୧୧୦/୨୨ରୁଜୁ କରି  ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା  ବାମେବାରି ଥାନା ଅଧିକାରୀ ମନୋରଞ୍ଜନ ବିଶି ପ୍ରକାଶ  କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe