କୁକୁଡ଼ା ପାଇଁ ମହିଳାଙ୍କୁ ହତ୍ୟା, ଗୁରୁତର ସ୍ବାମୀ କଟକ ସ୍ଥାନାନ୍ତର

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

କେନ୍ଦୁଝର: କୁକୁଡ଼ା ଦେବା ପାଇଁ ମନା କରିବାରୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଦୁର୍ଗାପୁର ଗ୍ରାମରେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ସ୍ବାମୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣା‌ରେ ଟିଣୁ ମୁଣ୍ଡା ଏବଂ ଦିବାଙ୍ଗ ମୁଣ୍ଡାଙ୍କୁ ଝୁମ୍ପୁରା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କେନ୍ଦୁଝର ଜେଲ୍‌କୁ ପଠାଇ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଦୁର୍ଗାପୁର ଗ୍ରାମର ଟିଣୁ ମୁଣ୍ଡା ଏବଂ ଦିବାଙ୍ଗ ମୁଣ୍ଡା ପଡ଼ୋଶୀ ମାଜୁରା ମୁଣ୍ଡାଙ୍କୁ କୁକୁଡ଼ା ମାଗିଥିଲେ। ମାଜୁରା ଏବଂ ତାଙ୍କ ପତ୍ନୀ ମାହେଶ୍ବରୀ କୁକୁଡ଼ା ଦେବାକୁ ମନା କରିଥିଲେ। ଏଥିରେ ଟିଣୁ ଏବଂ ଦିବାଙ୍ଗ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ବଚସା ହୋ‌ଇଥିଲା। ନିଶାସକ୍ତ ଥିବା ଟିଣୁ ଏବଂ ଦିବାଙ୍ଗ ସ୍ବାମୀସ୍ତ୍ରୀଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ମାହେଶ୍ବରୀଙ୍କ ମୃତ୍ୟୁ ଘଟିଥିଲା। ମାଜୁରା ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe