ଗଞ୍ଜେଇ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଛାତ୍ର ଗୁରୁତର

Advertisment
ଗଞ୍ଜେଇ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ଛାତ୍ର ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଚୋରା ଗଞ୍ଜେଇ ବ୍ୟବସାୟକୁ ବିରୋଧ କରିବାରୁ ଆଜି ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବାର ଖବର ମିଳିଛି। ଘରକୁ ଫେରୁଥିବା ବେଳେ ଉକ୍ତ ଛାତ୍ରଜଣକ ଗଞ୍ଜେଇ ବେପାରୀଙ୍କ ମାଡ଼ରେ ଗୁରୁତର ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ପାର୍ବତୀପୁର ଗାଁର ଲବ ମହାପାତ୍ର କିଛି ଦିନ ପୂର୍ବରୁ ଗଞ୍ଜେଇ ବେପାରକୁ ବିରୋଧ କରିଥିଲେ । ତେବେ ଗତକାଲି ରାତିରେ ସେ ଘରକୁ ଫେରୁଥିବା ବେଳେ ଭାପୁର-ପାର୍ବତୀପୁର ବାଇପାସ୍ ରାସ୍ତାରେ କିଛି ଗଞ୍ଜେଇ ବେପାରୀ ତାଙ୍କୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି । ଏହାଫଳରେ ସେ ଗୁରୁତର ହୋଇପଡ଼ିଛନ୍ତି ।

Image result for pathani samanta college nayagarh image source-career360

ଗୁରୁତର ଲବ ମହାପାତ୍ର ପଠାଣି ସାମନ୍ତ ମହାବିଦ୍ୟାଳୟର +୩ର ଶେଷ ବର୍ଷର ଛାତ୍ର ବୋଲି ଜଣାଯାଇଛି। ଗୁରୁତର ଲବ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe