ମୁର୍ଗା ମନ୍ଦିର ଟଙ୍କା ଚୋରି

ମୁର୍ଗା ମନ୍ଦିର ଟଙ୍କା ଚୋରି

ଯୋଡ଼ା: ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝରସ୍ଥିତ ମୁର୍ଗା ମହାଦେବ ମନ୍ଦିରରୁ  ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର କମିଟି ସୂତ୍ରରୁ ଜଣାପଡିଛି ଯେ, ଗତକାଲି ରାତି ପ୍ରାୟ ୧୨ ଟା ୧୪ ମିନିଟ୍‌ ସମୟରେ ୩ ଜଣ ଯୁବକ ମୁଖ୍ୟ ଗେଟ୍ ତାଲା ଭାଙ୍ଗି ପଶିଥିଲେ।

ତେବେ ପୂଜକଙ୍କ କୋଠରିକୁ ପ୍ରଥମେ ତାଲା ଭାଙ୍ଗିବା ପରେ  ଚାବି କାଠି ପାଇ ଅଫିସ କୋଠରିକୁ ଖୋଲି ଟେବୁଲ୍ ଡ୍ରୟାର ଭିତରେ ଶିବରାତ୍ରି ପାଇଁ ରଖା ଯାଇଥିବା ପ୍ରାୟ  ନଗଦ ୪୦ ହଜାର ଟଙ୍କାକୁ ନେଇ ପଳାଇ ଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ତେବେ ଏ ସମ୍ପର୍କରେ ପୁଲିସ ପାଖରେ କୌଣସି ଅଭିଯୋଗ କରାଯାଇ ନ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe