ସଂରକ୍ଷଣ ଦାବିରେ ମୁସ୍‌ଲିମ୍‌ ସଂଗଠନର ବିକ୍ଷୋଭ

ସଂରକ୍ଷଣ ଦାବିରେ ମୁସ୍‌ଲିମ୍‌ ସଂଗଠନର ବିକ୍ଷୋଭ

ଭୁବନେଶ୍ବର : ସଂରକ୍ଷଣ ଦାବିରେ ଓଡ଼ିଶା ମୁସ୍‌ଲିମ୍‌ ରିଜରଭେସନ୍‌ ମୁଭ୍‌ମେଣ୍ଟ ପକ୍ଷାରୁ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ କରାଯାଇଛି। ସଂଗଠନର ମୁଖ୍ୟ ସଲିମ୍‌ଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ମୁସ୍‌ଲିମ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଦାବି ନେଇ ସରକାରଙ୍କୁ ଜବାବ ମାଗିଥିଲେ। ସରକାରୀ କ୍ଷେତ୍ରରେ ନିଯୁକ୍ତି, ଶିକ୍ଷା ବ୍ୟବସ୍ଥାରେ ସୁବିଧା, ରାଜନୈତିକ କ୍ଷେତ୍ରରେ ଅଗ୍ରାଧିକାର ଏବଂ ଅନ୍ୟାନ୍ୟ ସାରକାରୀ ସୁବିଧା ଯାହାକି ଓବିସି ଅର୍ନ୍ତଗତ ଲୋକଙ୍କ ପାଇଁ ଉପଲବ୍ଧ ତାହା ଲାଗୁ କରିବା ପାଇଁ ସଂଗଠନ ଦୃଢ଼ ଦାବି କରିଛି।

publive-image

ସଂଗଠନ ପକ୍ଷରୁ କୁହାଯାଇଛି ଯେ ବିହାର, ଦିଲ୍ଲୀ, ଗୁଜୁରାଟ୍‌, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ଝାରଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ମୁସ୍‌ଲିମ୍‌ ମାନଙ୍କୁ ଓବିସି ଅଧୀନରେ ସଂରକ୍ଷଣ ସୁବିଧା ଦିଆଯାଉଛି। ହେଲେ ଓଡ଼ିଶାରେ ଏହା କାହିଁକି ଲାଗୁ କରାଯାଉ ନାହିଁ? ବୋଲି ସଂଗଠନ ପ୍ରଶ୍ନ କରିଛି। ପ୍ରତିବାଦ କରି ହଜାର ହଜାର ମୁସ୍‌ଲିମ୍‌ ସେଠାରେ ଧାରଣାରେ ବସି ରହିଥିଲେ। ଧାରଣାର କିଛି ସମୟ ପରେ ଏକ ପ୍ରତିନିଧି ମଣ୍ଡଳୀ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ‌ ଭେଟି ଦାବି ଉପରେ ଆଲୋଚନା କରିଥିଲେ। ଏ ‌ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ସଂଗଠନ ଧାରଣାରୁ ଉଠିଥିଲା। ଖୁବ୍‌ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe