Advertisment

ଯୋଜନା କାଗଜ କଲମରେ ନ ରହୁ : ବିଜେପି

Advertisment

କାଗଜ କଲମରେ ବହୁ ଯୋଜନା ହେଉଛି ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ଆମ କର୍ତ୍ତବ୍ୟ। ଆମ ପାଇଁ ଚ୍ୟାଲେଞ୍ଜ ବଢିଛି। ଟେକ୍ନୋଲୋଜି ଓ ଗୁଡ୍ ଗଭର୍ଣ୍ଣାନ୍ସ ଯୋଗୁ ଦେଶ ବଦଳୁଛି...

କାଗଜ କଲମରେ ବହୁ ଯୋଜନା ହେଉଛି ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ଆମ କର୍ତ୍ତବ୍ୟ। ଆମ ପାଇଁ ଚ୍ୟାଲେଞ୍ଜ ବଢିଛି। ଟେକ୍ନୋଲୋଜି ଓ ଗୁଡ୍ ଗଭର୍ଣ୍ଣାନ୍ସ ଯୋଗୁ ଦେଶ ବଦଳୁଛି...

Must implement not plan on paper pen: BJP

Must implement not plan on paper pen: BJP Photograph: (sambad.in)

ଭୁବନେଶ୍ବର:ଜାତୀୟ ଜନଜାତି ସଂସଦୀୟ କମିଟି ଅଧ୍ୟକ୍ଷ ସଦସ୍ୟଙ୍କ ଦୁଇ ଦିନିଆ କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ରାଜ୍ୟପାଳ ହରି ବାବୁ କମ୍ଭମପଟି, ସଂସଦର ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାଜ୍ୟ ବିଧାନସଭା ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଭାସ୍କର ମଡ଼େଇ ଉପସ୍ଥିତ ଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୧୦୦ରୁ ଅଧିକ ପ୍ରତିନିଧି  ଯୋଗ ଦେଇଥିଲେ।


ସଂସଦ ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଫଗନ ସିଂ କୁଲସ୍ତି କହିଛନ୍ତି ଗତକାଲି  ୧୪ ରାଜ୍ୟର ଜାତି ଓ ଜନଜାତି ଗୃହ କମିଟି ଅଧ୍ୟକ୍ଷ ଓ ୮ ସଂସଦ ପ୍ରତିନିଧି ବିଭିନ୍ନ ବିଷୟରେ ମତ ବ୍ୟକ୍ତ କରିଥିଲେ। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ସକାରାତ୍ମକ ଭାବେ ଏହାର ସମାଧାନର ବାଟ ବାହାର କରାଯିବ।

ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଏହି ସମ୍ମିଳନୀର ପରିଣାମ ଯାହା ବାହାରିବ ତାହା ବାବା ସାହେବ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ କରି ୨୦୪୭ ପର୍ଯ୍ୟନ୍ତ ବିକଶିତ ରାଷ୍ଟ୍ର ଗଠନ ନେଇ କାର୍ଯ୍ୟ କରାଯିବ। ଜାତି ଓ ଜନଜାତି ଲୋକଙ୍କ ଆବଶ୍ୟକତା ଅନୁସାରେ ଯୋଜନାରେ କ’ଣ ପରିବର୍ତନ ହେବା ଦରକାର ତାହା କର୍ମଶାଳାରେ ଆଲୋଚନା ହୋଇଛି। ଏହାର ସଫଳ ରୂପାୟନ ପାଇଁ ଚେଷ୍ଟା କରାଯିବ।

ଦୁଇ ଦିନିଆ କର୍ମଶାଳାରୁ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ଏଜେଣ୍ଡା ୨୦୨୫ ପ୍ରସ୍ତୁତି ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜନଜାତିଙ୍କ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ଗୋଟିଏ ଏଜେଣ୍ଡା ରହିବ । ଏଥି ପାଇଁ କର୍ମଶାଳାରେ ୩୧ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି।

ସମସ୍ତ ଅଂଶୀଦରଙ୍କ ସହ ଆଲୋଚନା କରି ଏଜେଣ୍ଡା ୨୦୨୫ ଭୁବନେଶ୍ୱରକୁ ବ୍ୟାପକ ରୂପ ରେଖ ଦିଆଯିବ। ଉଦଯାପାନୀ କାର୍ଯ୍ୟକ୍ରମ ପରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ବିର୍ଲା ଦେଇଛନ୍ତି ସୂଚନା ଦେଇଛନ୍ତି। ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସମାନତା ଓ ନ୍ୟାୟ ପାଇଁ ସଂସଦୀୟ ସମିତି ମିଳିମିଶି କାମ କରୁଛି। ବଜେଟ ଅର୍ଥ କେମିତି ଖର୍ଚ୍ଚ ହେଉଛି ତାକୁ ଦେଖୁଛି। 

କେନ୍ଦ୍ର ଓ ରାଜ୍ୟ ବିଧାନସଭାରେ ସଂସଦୀୟ ସମିତି ମିଳିତ ଭାବେ କାମ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ରର ସମାନ ଏଜେଣ୍ଡା ନେଇ କାମ କରୁଛନ୍ତି. ସଂସଦୀୟ ସମିତି ଯେଉଁ ଯୋଜନା ଲାଗୁ କରାଯାଇଛି ଏଥିରେ କେତେ ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତି ହେଉଛି ତାର ମଧ୍ୟ ନିରକ୍ଷଣ କରାଯାଉଛି। ଯୋଜନା ତିଆରିରେ ମଧ୍ୟ ସାହାର୍ଯ୍ୟ କରାଯାଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ୭୦-୮୦ ପ୍ରତିଶତ  ସଂସଦୀୟ ସମିତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓମ ବିର୍ଲା।

ଲୋକସେବା ଭବନ କଂଭେନସନରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଅନୁସୂଚିତ ଜାତି ଜନଜାତି କର୍ମଶାଳକୁ ଗୁରୁବାର ଉଦଯାପନ କରାଯାଇଛି। ଏଥିରେ ରାଜ୍ୟପାଳ,ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନୁସୂଚିତ ଜାତି ଜନଜାତି ସଂସଦୀୟ କମିଟିର ଅଧ୍ୟକ୍ଷ ଫଗନ ସିଂ କୁଲସ୍ତେ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe