କଣ୍ଟାବାଞ୍ଜି: ରେଳଧାରଣାରୁ ଜଣେ ବୃଦ୍ଧାଙ୍କ କ୍ଷତ ବିକ୍ଷତ ମୃତଦେହ କଣ୍ଟାବାଞ୍ଜି ଜିଆରପି ଉଦ୍ଧାର କରିଛି। ମୃତଦେହ ତୁରେକେଲା ଥାନା ମହୁଲବାହଲି ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପୋଲିସ ମୃତଦେହ ନିକଟରୁ ଏକ ବ୍ୟାଗ ଜବତ କରିଛି।
ବ୍ୟାଗରେ ଲୁଗାପଟା ସହ ଆଧାରକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା କାର୍ଡ ମିଳିଛି। ମାଲଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ମୃତ ବୃଦ୍ଧା ଜଣକ ଝରଣୀ ଗାଁର ବୋଲି ଜଣାପଡିଛି।
ମୃତ ବୃଦ୍ଧା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ତାଙ୍କ ପୁଅ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
Follow Us