ଏମ୍‌ଭି -୪୩ ଗ୍ରାମରେ ପ୍ରସ୍ତାବିତ ରେଲବାଇ ପ୍ରକଳ୍ପ ପାଇଁ ପଲ୍ଲୀସଭା

ଏମ୍‌ଭି -୪୩ ଗ୍ରାମରେ ପ୍ରସ୍ତାବିତ ରେଲବାଇ ପ୍ରକଳ୍ପ ପାଇଁ ପଲ୍ଲୀସଭା

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଅଧୀନରେ ରହିଥିବା ଏମଭି-୪୩ ଗ୍ରାମରେ ରେଲବାଇ ପକ୍ଷରୁ ଜମିଅଧିଗ୍ରହଣ ପାଇଁ ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷ ମନୋଜ ବାରିକ, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି, ପୌର ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ରେଲବାଇର ସହାୟକ ଇଂଜନିୟର ଭିଏଡି ସମଲିଙ୍ଗମ, ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅମୂଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଏମଭି-୪୩ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ।

ବୈଠକରେ ଏହି ଅଂଚଳର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ଜମି ରେଳ ଲାଇନ ପାଇଁ ଦରକାର ପଡୁଥିବାରୁ ସେହି ଜମି ମାଲିକମାନଙ୍କ ସହ ରେଲବାଇ ବିଭାଗ ପକ୍ଷରୁ ଏବଂ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ନିଜ ନିଜ ଜମି ଯାଉଥିବାରୁ ସେମାନେ ବ୍ୟତିବ୍ୟସ୍ତ ହେବା ସହ କିପରି ସେମାନେ ଜମିର ଉଚିତ ମୂଲ୍ୟ ପାଇବେ ସେନେଇ ଆଲୋଚନା କରିଥିଲେ। ଏହି ଅଂଚଳକୁ ରେଲଵେ ଆସିଲେ ଲୋକଙ୍କର ଉନ୍ନତି ହେବ ସିନା ଅବନତି ହେବ ନାହିଁ।ସରକାରଙ୍କର ଏହି ପ୍ରୋଜେକ୍ଟ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ରେଳ ପଥ ଆସିବା ସହ ଏହା ବର୍ଦ୍ଧିତ ହୋଇ ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ଯିବ ବୋଲି କୁହାଯାଇଥିଲା।

ତେବେ ବୈଠକରେ ବହୁ ଆଲୋଚନା ପରେ ମଧ୍ୟ ଲୋକମାନେ ନିଜ ଜମିକୁ ଦେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଥିଲା। ସରକାର ଯଦି ଉଚିତ ମୂଲ୍ୟ ଦେବେ ତେବେ ନିଶ୍ଚିତ ଭାବେ ଜମି ପ୍ରଦାନ କରିବେ ବୋଲି ସେମାନେ କହିଥିଲେ। ତେବେ ଆଗାମୀ ଦିନରେ ପୁଣି ଥରେ ଏହି ବୈଠକ ବସିବ ବୋଲି କୁହାଯାଇଛି। ରେଲବାଇ ପକ୍ଷରୁ ଯେଉଁ ଯେଉଁ ସ୍ଥାନରେ ଜମିଅଧିଗ୍ରହଣ ନେଇ ବୈଠକମାନ ହେଉଛି ସବୁ ସ୍ଥାନରେ ଟଂକା ହିଁ ପ୍ରତିବନ୍ଧକ ସାଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe