ପଖାଳ ମୋର ପସନ୍ଦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ପଖାଳ ମୋର ପସନ୍ଦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଆ ଖାଦ୍ୟକୁ ସ୍ବତନ୍ତ୍ର ପରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଣ୍ଟା ଭିଡ଼ିଛି। ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷେଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶ‌ନରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି। ଓଡ଼ିଆଙ୍କ ଖାଦ୍ୟ ରୁଚି ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ପଖାଳ ତାଙ୍କ ପସନ୍ଦର ଖାଦ୍ୟ ବୋଲି ଜଣାଇଛନ୍ତି।

publive-image

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଜଗନ୍ନାଥଙ୍କ ଦେଶ। ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଛପନ ଭୋଗୀ। ଓଡ଼ିଆ ପର୍ବପର୍ବାଣୀ, ପିଠାପଣା ଓ ଖାଦ୍ୟ ରୁଚି ପ୍ରତି ମୋର ବି‌େଶଷ ଆଗ୍ରହ ରହିଛି। ଓଡ଼ିଶା ବାହାରୁ ମୋ ଘରକୁ ଆସୁଥିବା ଅତିଥିମାନଙ୍କୁ ମୁଁ କେବଳ ଓଡ଼ିଆ ଖାଦ୍ୟ ପରସିଥାଏ। ଓଡ଼ିଆ ଖାଦ୍ୟ ରୁଚିର ସ୍ବତନ୍ତ୍ର ପରିଚୟ ରହିଛି। ପଖାଳ ମୋର ପସନ୍ଦ।

ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ଗୁରୁତ୍ବକୁ ବଢ଼ାଇବା ସହ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ମାଧ୍ୟମରେ ଓଟିଡିସି ପକ୍ଷରୁ ଏହି ଅଭିନବ ପ୍ରତି‌େଯାଗିତା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe