ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସଂଯୋଗ : ‘ମୋ ବିଦ୍ୟୁତ୍‌’ ଏବଂ ମୋବାଇଲ୍ ଆପ୍ ଲୋକାର୍ପିତ

Advertisment
କ୍ୟାବିନେଟ୍ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଚିଠି

ଅନ୍‌ଲାଇନ୍‌ରେ ଦେୟ ପୈଠ କଲେ ୨% ରିହାତି
ରାଜ୍ୟର ୮୯ଲକ୍ଷ ଉପଭୋକ୍ତା ଉପକୃତ ହେବେ
ବିଦ୍ୟୁତ୍‌ ସେବା ଉପରେ ଆଖି ରଖିବ ‘ମୋ ସରକାର’

ଭୁବନେଶ୍ୱର : ଏଣିକି ଘରୋଇ, ବ୍ୟବସାୟ, କୃଷି, ଜଳସେଚନ ଓ ସର୍ବସାଧାରଣ ଉଦ୍ଦେଶ୍ୟରେ ୫ କିଲୋଵାଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଲାଗି ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। କେବଳ ସେତିକି ନୁହେଁ, ରାଜ୍ୟର ଚାରିଟି ଯାକ ବଣ୍ଟନ କଂପାନିର ଉପଭୋକ୍ତାମାନେ ଅନ୍‌ଲାଇନ୍ ବିଦ୍ୟୁତ୍‌ ପୈଠ କରି ୨% ଅତିରିକ୍ତ ରିହାତି ପାଇପାରିବେ।

ରାଜ୍ୟରେ ଶକ୍ତି ବିଭାଗରେ ‘୫ଟି’ ଉପଯୋଗ କ୍ଷେତ୍ରରେ ପ୍ରଥମ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଦ୍ୟୁତ୍‌୍ ଉପଭୋକ୍ତା ସେବା ପୋର୍ଟାଲ୍ ‘ମୋ ବିଦ୍ୟୁତ୍‌’ ଏବଂ ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି। ଏହାଦ୍ବାରା ବିଦ୍ୟୁତ୍‌ ସେବା ସମ୍ବନ୍ଧିତ ଗ୍ରାହକ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ଓ ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ବିଦ୍ୟୁତ୍‌ ସେବା ଉପରେ ମଧ୍ୟ ନଜର ରଖିବେ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସେବା ଆରମ୍ଭ ହେବା ଦ୍ବାରା ରାଜ୍ୟର ୮୯ଲକ୍ଷରୁ ଅଧିକ ଉପଭୋକ୍ତା ଉପକୃତ ହେବେ। ଏହି ପୋର୍ଟାଲ୍ (www.mobidyut.com) ଶକ୍ତି ବିଭାଗ ଦ୍ବାରା ପ୍ରସ୍ତୁତ କରାଯାଇଛି ଓ ଦ୍ବିଭାଷୀଭିତ୍ତିକ। ଆଜିଠାରୁ ବିଦ୍ୟୁତ୍‌ ସେବା ବର୍ତ୍ତମାନ ‘ମୋ ସରକାର’ ଅଧୀନରେ ଆସିବ। ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଗ୍ରାହକଙ୍କ
ମତାମତ ନେବା ପାଇଁ ସେମାନଙ୍କ ସହିତ ଯୋଗାଯୋଗ କରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବର୍ତ୍ତମାନ ଲୋକମାନେ ନୂତନ ସଂଯୋଗ, ବିଲ୍ ପେମେଣ୍ଟ କିମ୍ବା ଅଭିଯୋଗ ସମାଧାନ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡିବା ଆଉ ଆବଶ୍ୟକ ପଡିବ ନାହିଁ। ଜନସେବା ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବା ଏବେ ଇତିହାସରେ ରହିଯିବା ଉଚିତ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସରଳ, ସହଜ ଏବଂ ଶୀଘ୍ର କିଭଳି ବିଦ୍ୟୁତ୍‌୍ ସେବା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ, ସେଥିଲାଗି ଏହି ସୁବିଧା ସୁଯୋଗ ନେବାକୁ ଗ୍ରାହକ ତଥା ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ। ଏହି ମୋବାଇଲ୍ ଆପ୍ ଖୁବ ଡାଉନ୍‌ଲୋଡ୍ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ।

ବିଭାଗର ଉଦ୍ୟମକୁ ପ୍ରଶଂସା କରି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ‘୫ଟି’ ପଦକ୍ଷେପ ଅନୁଯାୟୀ ଲୋକଙ୍କୁ ସ୍ୱଚ୍ଛ ସେବା ଯୋଗାଇବା ପାଇଁ ଶକ୍ତି ବିଭାଗ ପ୍ରତିବଦ୍ଧ। ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ ଓ ଗ୍ରିଡ୍‌କୋର ଅଧ୍ୟକ୍ଷ ସୌରଭ ଗର୍ଗ ପୋର୍ଟାଲ ଦ୍ବାରା କି କି ଲାଭ ମିଳିବ ସେ ବିଷୟ ବର୍ଣ୍ଣନା କରିଥିଲେ। ଗ୍ରିଡ୍‌କୋର ଅର୍ଥ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶକ୍ତି ବିଭାଗର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ୫ଟି ସଚିବ ଭି କାର୍ତିକେୟନ୍‌ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe