Advertisment

My son was saved by the Lord: ‘ମୋ ପୁଅକୁ ମହାପ୍ରଭୁ ଉଦ୍ଧାର କଲେ’; ବର୍ଷେ ହେଲା ଶରୀର ନିଶ୍ଚଳ ଥିଲା, ଏବେ ସଚଳ ହେଉଛି

Advertisment

ବିଜ୍ଞାନ ବିଫଳ ହେଲା, ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କଲେ। ମହାପ୍ରଭୁ ଡାକ ଶୁଣିଲେ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ରାଜସ୍ଥାନ ବାନ୍ସୱାଡ଼ା ପରତାପପୁରର ପ୍ରକାଶ କୁମାର ଭୋଇ ଓ ତାଙ୍କ ୬ବର୍ଷୀୟ ରୋଗଣା ପୁଅ।

ବିଜ୍ଞାନ ବିଫଳ ହେଲା, ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କଲେ। ମହାପ୍ରଭୁ ଡାକ ଶୁଣିଲେ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ରାଜସ୍ଥାନ ବାନ୍ସୱାଡ଼ା ପରତାପପୁରର ପ୍ରକାଶ କୁମାର ଭୋଇ ଓ ତାଙ୍କ ୬ବର୍ଷୀୟ ରୋଗଣା ପୁଅ।

dgdadgadg

ପୁରୀ: ବିଜ୍ଞାନ ବିଫଳ ହେଲା, ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କଲେ। ମହାପ୍ରଭୁ ଡାକ ଶୁଣିଲେ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ରାଜସ୍ଥାନ ବାନ୍ସୱାଡ଼ା ପରତାପପୁରର ପ୍ରକାଶ କୁମାର ଭୋଇ ଓ ତାଙ୍କ ୬ବର୍ଷୀୟ ରୋଗଣା ପୁଅ। ପୁଅ କୋମାକୁ ଚାଲିଯାଇଥିଲା। ବର୍ଷେ ହେଲା ଶରୀର ନିଶ୍ଚଳ ହୋଇଯାଇଥିଲା। ଡାକ୍ତର ଫେରାଇ ଦେଲେ। ବର୍ଷେ କାଳ ଘରେ ଚିକିତ୍ସିତ ହେବା ପରେ ଗତ ୮ ତାରିଖରେ ପୁଅକୁ ଧରି ଧାଇଁ ଆସିଥିଲେ ବଡ଼ଦେଉଳ। ବଡ଼ଠାକୁରଙ୍କ ପାଖକୁ ବହୁ ଆଶା ନେଇ ଆସିବା ପରେ ବାଇଶି ପାହାଚରେ ପୁଅକୁ କୋଳରେ ଧରି ଲୁହ ଝରାଇଥିଲେ। ଆଜି ଠିକ୍‌ ୧୪ ଦିନ ପରେ ସେ ହଠାତ୍‌ ପୁଣି ପହଞ୍ଚିଥିଲେ ସିଂହଦ୍ବାର ସାମନାରେ। ପୁଅକୁ ଧରି କହିଥିଲେ, ମୋ ପୁଅର ନିଶ୍ଚଳ ଶରୀର ଧୀରେଧୀରେ ଚଳିଲାଣି। ହାତ ଗୋଡ଼ ଚଳମାନ ହେଲାଣି। ଯାହା ବର୍ଷେ ଭିତରେ ହୋଇନଥିଲା, ତାହା ମାତ୍ର ୧୪ ଦିନ ମଧ୍ୟରେ ମହାପ୍ରଭୁଙ୍କ ନିକଟକୁ ଆସି ଗୁହାରି ବାଢ଼ିବା ପରେ ସମ୍ଭବ ହୋଇଛି। ମହାପ୍ରଭୁ ହିଁ ଏହି ଚମତ୍କାର କରିଛନ୍ତି ବୋଲି କହିଛନ୍ତି ପ୍ରକାଶ। 

ପ୍ରକାଶଙ୍କ କହିବା ମୁତାବକ, ତାଙ୍କର ୨ ଝିଅ ଓ ଗୋଟିଏ ପୁଅ। ତିନି ସନ୍ତାନଙ୍କ ମଧ୍ୟରେ ପୁଅ ନିଖିଲ ମଝିଆ। ୫ ବର୍ଷ ଯାଏଁ ସବୁ ଠିକ୍‌ଠାକ୍‌ ଥିଲା। ଦିନେ ଭୀଷଣ ଜ୍ବର ହେଲା। ଏହା ପରେ ହଠାତ୍‌ ପୁଅ କୋମାକୁ ଚାଲିଗଲା। ଡାକ୍ତର କହିଲେ ବ୍ରେନ୍‌ ଭିତରେ ରକ୍ତ ଜମାଟ ବାନ୍ଧିଛି। ସେଇଠୁ ପ୍ରକାଶଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ପୁଅର ଏଭଳି ଅବସ୍ଥା ପରେ ବାପା ପ୍ରକାଶ ଓ ମା’ ପାୟଲ ପୁଅକୁ ଧରି ସରକାରୀ ଚିକିତ୍ସାଳୟଠୁ ନେଇ ବିଭିନ୍ନ ଘରୋଇ ହସ୍ପିଟାଲ ଯାଇ ଚିକିତ୍ସା କରାଇଲେ। ମାତ୍ର ପୁଅ ସୁସ୍ଥ ହେଲା ନାହିଁ। ପ୍ରକାଶ ଦିନ ମଜୁରିଆ ହୋଇଥିବାରୁ ପୁଅର ଭଲ ଚିକିତ୍ସା ପାଇଁ ଘର ବନ୍ଧା ପକାଇଲେ। ଇତିମଧ୍ୟରେ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ବି ପୁଅର ଔଷଧ ଓ ଡାକ୍ତରୀ ପରାମର୍ଶ ପାଇଁ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। କିଛି ଲୋକଙ୍କ ସହାୟତାରେ ଏସବୁ ଚାଲିଛି। ମହାପ୍ରଭୁଙ୍କ କୃପାରୁ ପୁଅ ଶରୀର ଟିକେ ସଚଳ ହେବାରୁ ବହୁ ଆଶା ନେଇ ଦୌଡ଼ି ଆସିଛି। ୧୦ ଦିନ ପୁରୀରେ ରହିବ, ଆଶା ମୋ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ। ଭକ୍ତି, ଭାବ ଓ ସମର୍ପଣର ଏଭଳି ଏକ ଚିତ୍ର ଆଜି ସିଂହଦ୍ବାର ଦେଇ ଯାଉଥିବା ଅନେକ ଭକ୍ତଙ୍କୁ ଭାବବିହ୍ବଳ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe