ଆଧୁନିକ ଯୋଗା‌େଯାଗର ପ୍ରମୁଖ ମାଧ୍ୟମ ହେବ ‘ମାଇଓଆର୍‌ଜି୩୬୦’ ଆପ୍ : ଧର୍ମେନ୍ଦ୍ର

Advertisment
ଇସ୍ପାତ ପ୍ଲାଣ୍ଟ୍‌ ଦ୍ୱାରା ଅକ୍ସିଜେନ୍‌ ଯୋଗାଣର ସମୀକ୍ଷା କଲେ ଧର୍ମେନ୍ଦ୍ର

zeebiz.com

ରାଉରକେଲା ଏନ୍‌ଆଇଟି ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଭିଡିଓ ଆପ୍
ନୂଆ ଭିଡିଓ ଆପ୍ ଜରିଆରେ କଥା ହେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ରାଉରକେଲା ଏନ୍‌ଆଇଟି ଛାତ୍ରଛାତ୍ରୀମାନେ ‘ମାଇଓଆର୍‌ଜି୩୬୦’ ନାମରେ ଏକ ଭିଡିଓ କନ୍‌ଫରେନ୍ସିଂ ଆପ୍ ପ୍ରସ୍ତୁତ କରିଛନ୍ତି। ଏହି ଆପ୍ ଜରିଆରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଲକ୍‌ ଡାଉନ୍‌ ପରି ସାମ୍ପ୍ରତିକ ସ୍ଥିତିରେ ଏହି ଆପ୍‌କୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଆପ୍ ଆଧୁନିକ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପ୍‌କୁ ତିଆରି କରିବାର ଅଭିନବ ପ୍ରୟାସ ସାମ୍ପ୍ରତିକ ସମୟରେ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଶେଷ ଭାବେ କୋଭିଡ୍‌-୧୯ ସମୟରେ ପ୍ରସ୍ତୁତ ଏହି ଆପ୍ ଡିଜିଟାଲ୍‌ ଯୋଗାଯୋଗର ସ୍ବଦେଶୀ ଉପକରଣ ହୋଇପାରିବ। ଯୁବପିଢ଼ିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ବିଶେଷ ଭାବେ ରାଉରକେଲାର ଏନ୍‌ଅ‌ାଇଟି ଛାତ୍ରଛାତ୍ରୀଙ୍କ ଦ୍ବାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନ୍‌ଲାଇନ୍‌ରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ। ଡିଜିଟାଲ୍‌ ଦୁନିଆକୁ ପରିବର୍ତ୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କର ଆଗାମୀ ଦିନରେ ସଫଳତା କାମନା କରିଥିଲେ ଶ୍ରୀ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe