ଏଲ୍‌ଭିପିଇଆଇରେ ମାୟୋପିଆ ସଚେତନତା ଅଭିଯାନ

Advertisment
ଏଲ୍‌ଭିପିଇଆଇରେ ମାୟୋପିଆ ସଚେତନତା ଅଭିଯାନ

ଭୁବନେଶ୍ବର : ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ (ଏଲ୍‌ଭିପିଇଆଇ)ରେ ମାୟୋପିଆ ଦୂରୀକରଣକୁ ନେଇ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ମାୟୋପିଆ ଥିବା ପିଲାମାନେ ପ୍ରାୟତଃ ବିଦ୍ୟାଳୟ‌ରେ ବ୍ଲାକ୍‌ବୋର୍ଡ ପଢ଼ିବାରେ ଅସୁବିଧା ସାମ୍ନା କରନ୍ତି ଏବଂ ବହି କିମ୍ବା କୌଣସି ଜିନିଷ ଦେଖିବା ପାଇଁ ସେମାନଙ୍କ ମୁହଁରେ ଅତି ପାଖରେ ଧରନ୍ତି। କମ୍ ସମୟ ଶୋଇବା ଓ ଠିକ୍ ଭାବେ ନଖାଇବା ମାୟୋପିଆ ରୋଗ ସହ ଜଡ଼ିତ।

ଏଲ୍‌ଭିପିଇଆଇର ଡାକ୍ତର ବିବେକ ୱାକର୍ଡ ଏବଂ ମରିୟମ୍ ହାଇମ୍ୟାନ୍ ଚିଲ୍‌ଡ୍ରେନ୍ସ ଆଇ ସେଣ୍ଟର ମୁଖ୍ୟ ମିଥୁ ତୁଳସୀ କହିଛନ୍ତି ଯେ ମାୟୋପିଆ ନିରୂପଣ ନହେବା କିମ୍ବା ତାହାର ଚିକିତ୍ସା ନକରାଇବା ଦ୍ବାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାୟୋପିଆ ପୀଡ଼ିତ ପିଲାମାନଙ୍କଠାରେ ଚକ୍ଷୁ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ମାୟୋପିଆ ରୋଗ ଥିବା ପ୍ରାୟ ୪% ଭାରତୀୟ ବ୍ୟକ୍ତି ଜଟିଳତା କାରଣରୁ ସ୍ଥାୟୀ ଭାବେ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି ଡାକ୍ତର ବିବେକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe