ଅଜଣା ଜନ୍ତୁ ଆତଙ୍କ; ୬ ମେଣ୍ଢା ଖାଇଲା

Advertisment
ଅଜଣା ଜନ୍ତୁ ଆତଙ୍କ; ୬ ମେଣ୍ଢା ଖାଇଲା

ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ହଳଦିପାଳ ପଞ୍ଚାୟତ ଅସ୍ତିଆ ଗ୍ରାମରେ ଅଜଣା ଜନ୍ତୁ ୬ଟି ମେଣ୍ଢା ଶିକାର କରିଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ମିର୍ଜା ମାର୍ଣ୍ଡିଙ୍କ ମେଣ୍ଢାପଲ ଚରିବା ପାଇଁ ବାହାରିଯାଇଥିଲେ। ସନ୍ଧ୍ୟାରେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ଆଜି ସକାଳୁ ମହୁଲଡିହା ଶ୍ମଶାନ ନିକଟରେ ୬ଟି ମଲା ମେଣ୍ଢା ପଡ଼ିଥିବା ଦେଖିବାକୁ ମିଳିଥିଲା।

publive-imageସମସ୍ତ ମେଣ୍ଢାଙ୍କ ପେଟରୁ ଅନ୍ତଃବୁଜୁଳା ବାହାରି ପଡ଼ିଥିଲା। କଲିଜା ନଥିଲା। ଏହା ଜଣାପଡ଼ିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ମିର୍ଜା ପହଞ୍ଚି ତାଙ୍କ ମେଣ୍ଢାଗୁଡ଼ିକୁ ଚିହ୍ନଟ କରିଥିଲେ। ଏଥିଯୋଗୁ ତାଙ୍କର ୩୦ ହଜାର ଟଙ୍କା କ୍ଷତି ହୋଇଥିବା ସେ କହିଛନ୍ତି। ତୁରନ୍ତ ତାଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଭିଏସ୍‌ କିଶୋର ସାହୁ ମେଣ୍ଢାଗୁଡ଼ିକୁ ବ୍ୟବଚ୍ଛେଦ କରିଛନ୍ତି। ଏ ସଂପର୍କରେ ରାସଗୋବିନ୍ଦପୁର ରେଞ୍ଜର ଦିଲୀପ କୁମାର ବାରିକଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe