ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଗୋଷାଣୀ ବ୍ଲକ୍ ବାସିନ୍ଦା ଜଣାଶୁଣା ଶିକ୍ଷାବିତ୍ ପ୍ରଫେସର ଏନ୍. ନାଗାରାଜୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତି ପାଇଛନ୍ତି। ସେ ୧୯୭୭ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ଏସ୍କେସିଜି ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପ୍ରଫେସର ନାଗାରାଜୁ ଗାରାବନ୍ଧା ସ୍ଥିତ ଭେଙ୍କଟେଶ୍ବର ହାଇସ୍କୁଲରେ ଶିକ୍ଷା ସମାପନ କରିଥିଲେ। ଜି.ଏମ୍. ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ସଫଳତା ଗଜପତି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶନ ହେବ ବୋଲି ତାଙ୍କର କିଛି ବାଲ୍ୟବନ୍ଧୁ ମତପ୍ରକାଶ କରିଛନ୍ତି। ପ୍ରଫେସର ନାଗାରାଜୁଙ୍କୁ ଏସ୍କେସିଜି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ.ଶଙ୍କର ପ୍ରସାଦ ବକ୍ସି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us