ନବ ଦାସ ହତ୍ୟାକାଣ୍ଡ: ଆଠ ଦିନ ପରେ ବି ଜଣାପଡ଼ିନି କାରଣ

Advertisment
ନବ ଦାସ ହତ୍ୟାକାଣ୍ଡ: ଆଠ ଦିନ ପରେ ବି ଜଣାପଡ଼ିନି କାରଣ

Janta Ka Reporter

ଝାରସୁଗୁଡ଼ା: ଗତ ରବିବାର ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୮ ଦିନ ପୂରିଥିବା ବେଳେ ଆଜି ମଧ୍ୟ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାପତି ଜେ. ପି. ଦାସ ତଦାରଖ କରୁଛନ୍ତି। ଘଟଣା ଦିନ ହିଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକାଧିକ ତଦନ୍ତକାରୀ ଅଧିକାରୀ ଆସି ପହଞ୍ଚି ଯାଇଥିଲେ।

ଏହାପରେ ଏକାଧିକ ଟିମ୍‌ରେ ବିଭକ୍ତ ହୋଇ ତଦନ୍ତକାରୀ ଅଧିକାରୀମାନେ ଝାରସୁଗୁଡ଼ା ଓ ଅଭିଯୁକ୍ତର ଘର ବ୍ରହ୍ମପୁରଠାରେ ତଦନ୍ତ ଜାରି ରଖିଥିଲେ। ତେବେ ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି।

ଗତ ୧ ତାରିଖ ରାତିରେ କ୍ରାଇମବ୍ରାଞ୍ଚ ବିମାନବନ୍ଦର ପରିସରରେ ଥିବା ପାଇଖାନା ଟାଙ୍କିରୁ ୨୨ ଖଣ୍ଡ କାଗଜ ଟୁକୁଡ଼ା ଉଦ୍ଧାର କରି ଏହାକୁ ତଦନ୍ତ କରୁଥିବା କହିଥିବା ବେଳେ ୩ ତାରିଖ ଦିନ କ୍ରାଇମବ୍ରାଞ୍ଚ ଗୋପାଳକୁ ସାଙ୍ଗରେ ନେଇ ବ୍ରଜରାଜନଗର ନିକଟ ବୁଢ଼ୀଜାମସ୍ଥିତ ତା’ର ବାସଗୃହ ଓ ସେ କାର୍ଯ୍ୟ କରୁଥିବା ଗାନ୍ଧୀଛକ ଫାଣ୍ଡିରେ ଦିନ ତମାମ ଯାଞ୍ଚ କରିଥିଲେ। ଗତକାଲି ରିମାଣ୍ଡ ଅବଧି ସରୁଥିବାରୁ ପୁଣି ୪ ଦିନ ବୃଦ୍ଧି କରିବା ପାଇଁ କୋର୍ଟରେ ପ୍ରାର୍ଥନା କରିଥିଲେ ଓ କୋର୍ଟ ଏହାକୁ ଅନୁମତି ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ପ୍ରଥମ ଦିନରେ ‌କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‌ଅଭିଯକ୍ତ ଗୋପାଳକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରେ ରଖି ଜେରା କରୁଛି। ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଏକ ଡାକ୍ତରୀ ଦଳ କଟକ ଓ ଦିଲ୍ଲୀରୁ ଆସି ପରୀକ୍ଷା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe