ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଗୁଳି କିଏ ମାରିଲା ଦେଖିନି: ଜୀବନ

Advertisment
ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଗୁଳି କିଏ ମାରିଲା ଦେଖିନି: ଜୀବନ

ବୁର୍ଲା: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ବେଳେ ଆହତ ହୋଇ ଭିମ୍‌ସାର୍‌ରେ ଚିକିତ୍ସିତ ହେଉଥିବା ଜୀବନ ନାଏକ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ସୋମବାର ଦିନ ତାଙ୍କ ଷ୍ଟିଚ୍ ଖୋଲା ଗଲା ପରେ ଆଜି ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅପରା୍‌ହଣ ୧ଟା ସମୟରେ ଜୀବନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ଡିସ୍‌ଚାର୍ଜ ପରେ ନିୟମାନୁଯାୟୀ ତାଙ୍କୁ ମେଡିକାଲ୍ ଫାଣ୍ଡିକୁ ନିଆଯାଇଥିଲା।
ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତ୍ୟକ୍ଷଦର୍ଶୀ ଗୋପାଳ ଘଟଣା ଦିନର ସମସ୍ତ ତଥ୍ୟ ରଖିଥିଲେ। ତାଙ୍କ କହିବା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବାକୁ ଆସିବା ସମୟରେ ସେ ଅନ୍ୟ ସମର୍ଥକଙ୍କ ସହିତ ସ୍ବାଗତ ପାଇଁ ମଞ୍ଚ(ପେଣ୍ଡାଲ) ପାଖରେ ଛିଡ଼ା ହୋଇଥିଲେ। ନବ ବାବୁଙ୍କ ଗାଡ଼ି ପାଖକୁ ଆସିବା ଦେଖି ସେମାନେ ଏଏସ୍‌ଆଇ ଗୋପାଳ ଦାସକୁ ଗାନ୍ଧୀ ଛକର ଉଭୟ ପଟୁ ରାସ୍ତା ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ସେଥିରେ ଦାସ କହିଥିଲା ଯେ ବ୍ୟବସ୍ଥା ଆଗରୁ କରାଯାଇଛି।

ରାସ୍ତାର ଉଭୟ ପଟୁ ଟ୍ରାଫିକ ବନ୍ଦ କରାଯାଇଛି। ନବ ବାବୁ ମଞ୍ଚ ପାଖରେ ପହଞ୍ଚିଲା ବେଳେ ଗାଡ଼ିରୁ ଓହ୍ଲାଇବା ସମୟରେ ସେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସମୟରେ ହଠାତ୍ ପଛପଟୁ ଜୋର୍‌ରେ ଏକ ଶବ୍ଦ ଶୁଣାଗଲା। ସେ ଦେଖିବା ବେଳକୁ ନବ ବାବୁଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କ ବେକର ପଛପଟେ ମଧ୍ୟ ରକ୍ତସ୍ରାବ ହେଉଥିଲା। ସେ କଷ୍ଟ ଅନୁଭବ କରି ଭୂଇଁରେ ଗଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବିଜେଡି ଜିଲ୍ଲା ସଭାପତି ଜୟନ୍ତ ଦୀକ୍ଷିତଙ୍କ ସହ ଗଙ୍ଗାନଗରର କାଉନସିଲର୍ ରାହୁଲ ପାଣ୍ଡେ ଓ ୱାର୍ଡ ନମ୍ୱର୍ ୩ର କାଉନସିଲର୍ ଅମିର କୁମ୍ଭାର ପୁଲିସ୍ ଗାଡ଼ିରେ ଝାରସୁଗୁଡ଼ା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରଥମେ ଏକ୍ସ-ରେ କରାଯାଇ ପ୍ରାଥମିକ ଚିକିତ୍ସା ପରେ ପ୍ରାୟ ସନ୍ଧ୍ୟା ୫ଟା ସମୟରେ ବୁର୍ଲା ଭିମ୍‌ସାର୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଗୁଳି କିଏ କରିଛି ଦେଖିଛ କି ବୋଲି ପଚାରିବାରୁ ସେ କହିଥିଲେ ଯେ ଗୁଳିକାଣ୍ଡ ହଠାତ୍ ହେଲା। ସେ ନବ ବାବୁଙ୍କ ପାଦ ଛୁଇଁବା ପାଇଁ ନଇଁଥିବାରୁ ଗୁଳି କିଏ ମାରିଛି ଠିକ୍‌ରେ ଦେଖିପାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe