ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ଦାସଙ୍କ ହାତଲେଖା ୨୦ଖଣ୍ଡ କାଗଜ

Advertisment
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ଦାସଙ୍କ ହାତଲେଖା ୨୦ଖଣ୍ଡ କାଗଜ

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବହୁ ଆଗରୁ ରଚିସାରିଥିଲା ଷଡ଼ଯନ୍ତ୍ର । ଆଉ ହାତରେ ହତ୍ୟାର ବ୍ଲୁପ୍ରିଣ୍ଟ ଧରି ବୁଲୁଥିଲେ ଗୋପାଳ ଦାସ। ଆଉ ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ କାଗଜ । କୁହାଯାଉଛି ଯେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି। ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଛି। ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା। ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହାଯାଉଛି।

ସୂତ୍ର ଅନୁସାରେ, ପ୍ରଥମେ ୧୫ ଖଣ୍ଡ, ପରେ ୫ ଖଣ୍ଡ କାଗଜ ଖଣ୍ଡ ମିଳିଛି। ଏହି କାଗଜ ଖଣ୍ଡ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଛି । ଏହି କାଗଜକୁ ଗୋପାଳ ଦାସ ନିଜ ପକେଟରେ ଧରି ବୁଲୁଥିଲା। ଗତକାଲି ରାତିରୁ ପୁଲିସ ଏହି କାଗଜ ପାଇବା ଲାଗି ଚେଷ୍ଟା ଚଳାଇଥିଲା।

ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣକୁ ଉଡ଼ାଇ ଦେବା ଲାଗି ଗୋପାଳ ଦାସ ଉଦ୍ୟମ କରିଥିଲା। ହେଲେ ଶତ ପ୍ରତିଶତ ସଫଳ ହୋଇପାରିନାହିଁ। ଗତ  ରାତିରେ  ଏଥିରୁ କିଛି ଦସ୍ତାବିଜ୍ କ୍ରାଇମବ୍ରାଞ୍ଚ ଉଦ୍ଧାର କରିଥିଲା। ଆଉ କିଛି ଉଦ୍ଧାର ପାଇଁ ଝାରସୁଗୁଡା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍ କରିଥିଲା। ଯାହା ସୂଚନା ମିଳୁଛି, ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚି ରହିଛି। ବୁଧବାର ଦିନ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ତନାଘନା ଜେରା କରିବା ପରେ ଗୋପାଳ ନିଜେ ଏ ସଂପର୍କରେ ସୂଚନା ଦେଇଥିଲା ବୋଲି କହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe