ବଦଳି କରି ହାତ ଝାଡ଼ିଦେଲେ: ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି

Advertisment
ବଦଳି କରି ହାତ ଝାଡ଼ିଦେଲେ: ଝାରସୁଗୁଡ଼ା ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି

କଟକ: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରେ ଆଜି ଝାରସୁଗୁଡା ଏସ୍‌ପି ରାହୁଲ ଜୈନ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଉଭୟ ଏସ୍‌ପି ଶ୍ରୀ ଜୈନ ଓ ଏସଡିପିଓ ଶ୍ରୀ ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଝାରସୁଗୁଡାର ନୂତନ ଏସ୍‌ପି ଭାବେ ଏବେ ବରଗଡ଼ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ କାର୍ଯ୍ୟ କରିବେ। ସେହିପରି ବୌଦ୍ଧ ଏସ୍‌ପି ପ୍ରହଲ୍ଲାଦ ସ‌ାହାଇ ମିନାଙ୍କୁ ବରଗଡ଼କୁ ଓ ରାୟଗଡ଼ାର ଅତିରିକ୍ତ ଏସ୍‌ପି ରାଜ ପ୍ରସାଦଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇଙ୍କ ସ୍ଥାନରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସ୍‌ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ନବ ଦାସଙ୍କ ହତ୍ୟା ପରିପ୍ରେକ୍ଷୀରେ ଜିଲ୍ଲାର ଏସ୍‌ପି ଓ ସଂପୃକ୍ତ ଅଞ୍ଚଳର ଏସ୍‌ଡିପିଓଙ୍କୁ ବଦଳା ଯିବାପରେ ଏହି ଘଟଣାରେ ସେମାନଙ୍କ ତ୍ରୁଟି ଥିବା ପୁଲିସ ଆଉ ଗୃହ ବିଭାଗ ଏକପ୍ରକାର ସ୍ବୀକାର କରୁଛି କି ବୋଲି ଏବେ ପ୍ରଶ୍ନ ଉଠୁଛି।

ଯଦିଓ ନି‌ର୍ଦ୍ଦିଷ୍ଟ ଭାବେ ଏ ସଂପର୍କରେ କୌଣସି ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ, କିନ୍ତୁ ଉଭୟଙ୍କୁ ପୁଲିସ ମୁଖ୍ୟାଳୟକୁ ଅଣାଯିବା ଘଟଣା ପରୋକ୍ଷରେ ସେମାନଙ୍କ ତ୍ରୁଟିକୁ ହିଁ ସ୍ବୀକାର କରୁଥିବା ଆଲୋଚନା ହେଉଛି। ଡ୍ୟୁଟିରେ ଥିବା ଜଣେ ପୁଲିସ ଅଫିସର ମନ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ଅଦ୍ଭୂତପୂର୍ବ ହୋଇଥିବା ବେଳେ ଏହା ଏବେ ସଂପୂର୍ଣ୍ଣ ପୁଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ଯଦିଓ କ୍ରାଇମବ୍ରାଞ୍ଚ ଏବେ ହତ୍ୟା ପଛର କାରଣ ଖୋଜିବାରେ ଲାଗିଛି, ପୁଲିସ ବ୍ୟବସ୍ଥାର ତ୍ରୁଟିକୁ ବ୍ୟାପକ ଭାବେ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଏହି ଘଟଣାରେ ନିର୍ଦ୍ଦିଷ୍ଟ ଭାବେ ଅଭିଯୁକ୍ତ ଗୋପାଳ ଦାସକୁ ବାଦ ଦେଲେ ଅନ୍ୟ କୌଣସି ପୁଲିସ ଅଧିକାରୀଙ୍କ ବ‌ିରୋଧରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ବି ହୋଇନାହିଁ। କେବଳ ଦୁଇ ଅଧିକାରୀଙ୍କୁ ବିନା କାରଣ ଦର୍ଶାଇ ବଦଳି କରି ପୁଲିସ ବିଭାଗ ହାତ ଝାଡିବାକୁ ବସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe