ନବ ଦାସ ହତ୍ୟା ମାମଲା: ସମୟ ମାଗିଲେ ବିଶାଳ, ଦୀପାଳି

Advertisment

ନବ ଦାସ ହତ୍ୟା ମାମଲାରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ କ୍ରାଇମବ୍ରାଞ୍ଚରେ ହାଜର ହେବା ଲାଗି ସମୟ ମାଗିଛନ୍ତି। ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ତାହା ଆଜି (ସୋମବାର) କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ...

ନବ ଦାସ ହତ୍ୟା ମାମଲାରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ କ୍ରାଇମବ୍ରାଞ୍ଚରେ ହାଜର ହେବା ଲାଗି ସମୟ ମାଗିଛନ୍ତି। ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ତାହା ଆଜି (ସୋମବାର) କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ...

ଝାରସୁଗୁଡ଼ା ଜିଲ୍ଲାରେ ପୋଛିନେଲା ବିଜେପି: ଝାରସୁଗୁଡ଼ାରେ ଦୀପାଳିଙ୍କୁ ହରାଇଲେ ଟଙ୍କଧର

ଭୁବନେଶ୍ବର/ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ କ୍ରାଇମବ୍ରାଞ୍ଚରେ ହାଜର ହେବା ଲାଗି ସମୟ ମାଗିଛନ୍ତି। ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ତାହା ଆଜି (ସୋମବାର) କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉପସ୍ଥିତ ହୋଇ ଜଣାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ସମନରେ କୁହାଯାଇଥିଲା। ତେବେ ବିଶାଳ ରାଜ୍ୟ ବାହାରେ ଥିବା ବେଳେ ଦୀପାଳି କେଉଁ ତାରିଖରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେବେ, ସେ ନେଇ ଆଜି କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଅବଗତ କରିଥିବା ଜଣାପଡ଼ିଛି। ଉକ୍ତ ଚିଠିରେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ବାସଭବନକୁ ଆସି ବୟାନ ରେକର୍ଡ କରିବାକୁ ଅନୁରୋଧ କରାଯାଇଛି। କୌଣସି ବ୍ୟସ୍ତତା କାରଣରୁ ଆଜି ହାଜର ହୋଇ ନ ପାରି ସମୟ ମଗାଯାଇଥିବା ନେଇ ବିଶାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏ ସଂପର୍କରେ ମତ ରଖିଛି। ଯଦି ‌ଦୀପାଳି କହୁଛନ୍ତି ଝାରସୁଗୁଡ଼ା ଆସି ବୟାନ ନେବାକୁ ତେବେ କ୍ରାଇମବ୍ରାଞ୍ଚ ଟିମ୍‌ ନିର୍ଦ୍ଧାରିତ ତାରିଖରେ ସେଠାରେ ପହଞ୍ଚି ବୟାନ ରେକର୍ଡ କରିପାରେ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି। 

ଘରକୁ ଆସି ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ!

ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା କେବଳ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ନିକଟରେ ନବ ଦାସଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ପାଇଁ ‌ଚିଠିରେ ଦାବି କରିବେ ବୋଲି ଗଣମାଧ୍ୟମରେ କହିବା ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେପଟେ ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ କରାଯାଇ ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସପ୍ତାହକ ମଧ୍ୟରେ ହାଜର ହୋଇ ଅଭିଯୋଗ କରିବାକୁ କୁହାଯାଇଥିଲା। ଆଜି ଉକ୍ତ ଅବଧି ପୂରଣ ହେଉଥିବା ବେଳେ ଅନ୍ତିମ ଦିନରେ ବିଶାଳ ଓ ଦୀପାଳି କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖି ଅତିରିକ୍ତ ସମୟ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe