ନବ ଦାସ ହତ୍ୟାକାଣ୍ଡ: କ୍ରାଇମ୍‌ବ୍ରାଞ୍ଚ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ସାମନାକୁ ଆସୁଛି ନୂଆ କଥା

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରାଯାଇଛି। ଯେଉଁମାନଙ୍କର ଏଥିରେ ନାଁ ବାହାରିଛି ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

naba das

କଟକ: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରାଯାଇଛି। ଯେଉଁମାନଙ୍କର ଏଥିରେ ନାଁ ବାହାରିଛି ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ପରିବାର ଲୋକେ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ଦିଗକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି। ନବ ଦାସ ହତ୍ୟା ମାମଲା ନେଇ କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। ଯେଉଁ ଦିଗରେ ସେମାନେ କହିଛନ୍ତି, ପ୍ରତି ଦିଗକୁ ନେଇ ତଦନ୍ତ କରାଯାଉଛି। ସାକ୍ଷୀଙ୍କୁ ଦ୍ବିତୀୟ ଥର ପଚରାଉଚରା କରାଯାଇଛି। କଲ୍ ଡିଟେଲରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା 
ସାମନାକୁ ଆସୁଛି ନୂଆ କଥା

ଯେଉଁମାନେ ଗୋପାଳ ଦାସ ସହିତ କଥା ହୋଇଛନ୍ତି, ସେମାନଙ୍କୁ ପଚରାଉଚରା କରାଯାଉଛି। ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଛି। ଯେଉଁ ଘଟଣା ନଜରକୁ ଆସିଥିଲା, ସେହି ଆଧାରରେ ତଦନ୍ତ ଶେଷ ହୋଇଥିଲା। କିନ୍ତୁ କିଛି ଜିନିଷ ବାକି ଥିଲା। ସେଥିପାଇଁ ମାମଲାକୁ ବନ୍ଦ କରାଯାଇ ନଥିଲା। ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦିଆଯାଇଥିଲା। ଏବେ ମାମଲାର ଶୁଣାଣି ଚାଲିଛି। ଟ୍ରାଏଲ୍ ପୂର୍ବରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ପଡ଼ିବ। ଏବେ ନୂଆ ନୂଆ କଥା ସାମନାକୁ ଆସିଛି। ଅଭିଯୋଗକାରୀଙ୍କ ପରିବାର ଲୋକ ମଧ୍ୟ କିଛି କଥା ଉଠାଇଛନ୍ତି। ସେ ଦିଗକୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ସତ୍ୟାସତ୍ୟ ସାମନାକୁ ଆସିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe