ନବ ଦାସ ହତ୍ୟା ମାମଲା: ଦ୍ବିତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚର ମାରାଥନ୍‌ ଜେରା, ଗୋପାଳର ପୁଲିସ ବନ୍ଧୁ, ବସ୍‌ କଣ୍ଡକ୍ଟରଙ୍କ ବୟାନ ରେକର୍ଡ

Advertisment

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଧିକ ଖୋଳତାଡ଼ କରିବା ପାଇଁ ପୁଣି କ୍ରାଇମ୍‌ବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ‌ଡେରା ପକାଇଛି। ମନ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୁଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାରବର୍ଗଙ୍କୁ ପୁଣିଥରେ ପଚରାଉଚରା କରିଛି।

ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଧିକ ଖୋଳତାଡ଼ କରିବା ପାଇଁ ପୁଣି କ୍ରାଇମ୍‌ବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ‌ଡେରା ପକାଇଛି। ମନ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୁଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାରବର୍ଗଙ୍କୁ ପୁଣିଥରେ ପଚରାଉଚରା କରିଛି।

naba das

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଧିକ ଖୋଳତାଡ଼ କରିବା ପାଇଁ ପୁଣି କ୍ରାଇମ୍‌ବ୍ରାଞ୍ଚ ଟିମ୍ ବ୍ରହ୍ମପୁରରେ ‌ଡେରା ପକାଇଛି। ମନ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୁଲିସ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାରବର୍ଗଙ୍କୁ ପୁଣିଥରେ ପଚରାଉଚରା କରିଛି। ଗତ ଦୁଇଦିନ ମଧ୍ୟରେ ୫ ଜଣଙ୍କୁ ଜେରା କରି ସାରିଲାଣି କ୍ରାଇମ୍‌ବ୍ରାଞ୍ଚ। ହତ୍ୟା ଘଟଣା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ, ତାର ସିଡିଆର୍‌ (କଲ୍‌ ଡିଟେଲ୍‌ ରେକର୍ଡ) ବାହାର କରି ଜଣକ ପରେ ଜଣଙ୍କୁ ଡକାଇ ଜେରା କରୁଛି। ଆଜି ଦ୍ବିତୀୟ ଦିନରେ ଗୋପାଳଙ୍କ ଜଣେ ପୁଲିସ ଏଏସ୍‌ଆଇ ବନ୍ଧୁ ଏବଂ ଝାରସୁଗୁଡ଼ା ଯାଉଥିବା ଏକ ବସ୍‌ର କଣ୍ଡକ୍ଟର୍‌ଙ୍କୁ ଡାକି ଜେରା କରିବା ସହିତ ଉଭୟଙ୍କ ବୟାନ୍‌ ରେକର୍ଡ କରିଛି। ଆଉ କିଛି ଲୋକଙ୍କୁ ମଧ୍ୟ ଡାକି ସେମାନଙ୍କ ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ମନ୍ତ୍ରୀ ହତ୍ୟା ମାମଲାର ପୁନଃ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ଯାଇଥିଲା। ସେଠାରେ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବା ପରେ ଟିମ୍‌ ବ୍ରହ୍ମପୁର ଆସିଛି। କାରଣ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କ ଘର ହେଉଛି ବୈଦ୍ୟନାଥପୁର ଥାନା ଆଙ୍କୋଲି ଅଞ୍ଚଳରେ। କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପିଙ୍କ ନେତୃତ୍ବରେ ତିନିଜଣିଆ ଟିମ୍‌ ଗତ ୨୩ତାରିଖରେ ବ୍ରହ୍ମପୁର ଆସିଛନ୍ତି। ଗତକାଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୋପାଳଙ୍କକ ପୁଅ ମନୋଜ ଦାସ, ଭାଇ ସତ୍ୟନାରାୟଣ ଦାସ ଓ‌ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରିଥିଲା। ଆଜି ଦ୍ୱିତୀୟ ଦିନରେ ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର କିଛିଦିନ ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ସେମାନଙ୍କୁ ଡାକି ଜେରା କରିଛି। ବୈଦ୍ୟନାଥପୁର ଥାନାରେ ଗୋପାଳଙ୍କ ଜଣେ ଏଏସ୍‌ଆଇ ବନ୍ଧୁ ଓ ତାଙ୍କ ପାଇଁ ଔଷଧ ପାର୍ସଲ ନେଇ ଯାଉଥିବା ଓଏସ୍‌ଆର୍‌ଟିସି ବସ୍‌ କଣ୍ଡକ୍ଟରଙ୍କ ବୟାନ ରେକର୍ଡ କରାଯାଇଛି। ଗତକାଲି ଓ ଆଜିର ଜେରାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ଟିମ୍‌ର ଜଣେ ଅଧିକାରୀ କହିଛନ୍ତି। ସେହିପରି ଗୋପାଳଙ୍କ ଜବତ ହୋଇଥିବା ଏକ ଡାଏରିକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe