ନବ ଦାସ ହତ୍ୟା ମାମଲା: ୨ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ

Advertisment

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ହୋଇଛି। ଘଟଣା ଦିନ ସ୍ବର୍ଗତ ଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ହୋଇଛି। ଘଟଣା ଦିନ ସ୍ବର୍ଗତ ଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

naba das

Jagran

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ହୋଇଛି। ଘଟଣା ଦିନ ସ୍ବର୍ଗତ ଦାସଙ୍କୁ ଗୁଳିମାଡ଼ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଡିଏଚ୍‌ଏଚ୍‌ ଓପିଡିରେ କାର୍ଯ୍ୟରତ ଥିବା ଡା.ଡୋଳାମଣି ତାଣ୍ଡି, ଡା.ଏସ୍‌.ଯୋଜୋଙ୍କର ଆଜି ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଡାକ୍ତରଖାନାକୁ ନବ ଦାସଙ୍କୁ ଆଣିବା ବେଳକୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା କିଭଳି ଥିଲା, ପ୍ରାଥମିକ ଯାଞ୍ଚରୁ ଗୁଳିମାଡ଼ର ସ୍ଥିତି ନେଇ ଡାକ୍ତର କ’ଣ ପରଖିଥିଲେ; ସେ ସଂପର୍କରେ ଉଭୟ ଡାକ୍ତରଙ୍କୁ ପଚରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖକୁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରକାଶ ମହାନ୍ତି, ଏପିପି ଗଙ୍ଗାଧର ଗଡ଼ନାୟକ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କ ପକ୍ଷରୁ ଆଇନ୍‌ଜୀବୀ ନରେଶ ନାୟକ ଓ କିଶୋର ଚନ୍ଦ୍ର ପଟେଲ ମକଦ୍ଦମା ପରିଚାଳନା କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe