ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଯୋଜନାବଦ୍ଧ: ତାରା ପ୍ରସାଦ ବାହିନୀପତି

ବିଧାନସଭାରେ ପୁଣି ଉଠିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଯୋଜନାବଦ୍ଧ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ଥରେ ବିଧାନସଭାରେ ଉଠିଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ଯୋଜନାବଦ୍ଧ। ବିଜେପି କହୁଛି ସିବିଆଇ, ଆମେ କହୁଛୁ ଏସଆଇଟି ତଦନ୍ତ ହେଉ। ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି, ଯାହା କ୍ରାଇମବ୍ରାଞ୍ଚର ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଉଁନି। ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି, କିନ୍ତୁ ସେ କାହିଁକି ମାରିଲା ତାହା ତଦନ୍ତ ହେଉନି। ଏ ନେଇ ଟାଇମ ଟୁ ଟାଇମ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କଲେ ତାରା ପ୍ରସାଦ ବାହିନୀପତି।

ତେଣେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ନବଙ୍କ ସାମ୍ରାଜ୍ୟ ଦଖଲ ପାଇଁ ବର୍ତ୍ତମାନ ସୁଶାନ୍ତ ସିଂ ଓ ନବ ଦାସ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଛି। ତେଣୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ସୁଶାନ୍ତ ସିଂଙ୍କୁ ପରିସରଭୁକ୍ତ କରାଯାଇ ତଦନ୍ତ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe