ନବ ଦାସ ହତ୍ୟାକାଣ୍ଡ: ଦୁଇ ବର୍ଷ ପରେ ବି ଅନୁତ୍ତରିତ ପ୍ରଶ୍ନ!

Advertisment

ଆସନ୍ତା ୨୯ ତାରିଖରେ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବ। ଓଡ଼ିଶାର ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଝାରସୁଗୁଡ଼ା ଏଡିଜେଙ୍କ କୋର୍ଟରେ ଚାଲିଥିବା ବେଳେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଏବେ ବି ଜାରି ରହିଛି।

ଆସନ୍ତା ୨୯ ତାରିଖରେ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବ। ଓଡ଼ିଶାର ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଝାରସୁଗୁଡ଼ା ଏଡିଜେଙ୍କ କୋର୍ଟରେ ଚାଲିଥିବା ବେଳେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଏବେ ବି ଜାରି ରହିଛି।

naba das

ଝାରସୁଗୁଡ଼ା: ଆସନ୍ତା ୨୯ ତାରିଖରେ ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିବ। ଓଡ଼ିଶାର ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଝାରସୁଗୁଡ଼ା ଏଡିଜେଙ୍କ କୋର୍ଟରେ ଚାଲିଥିବା ବେଳେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଏବେ ବି ଜାରି ରହିଛି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି କାମ ସାରିଦେଇଛି। ଗୋପାଳ ପଛରେ କିଏ ବୋଲି ପ୍ରଥମ ଦିନରୁ ପ୍ରଶ୍ନ ଉଠୁଥିଲେ ହେଁ ଷଡ୍‌ଯନ୍ତ୍ର ଦିଗରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିନି କି ଏହି ପ୍ରଶ୍ନର ଉତ୍ତର ମଧ୍ୟ ଖୋଜିବାକୁ ଚେଷ୍ଟା କରିନି। ଖୋଦ୍‌ ନବ ଦାସଙ୍କ ପରିବାର ମଧ୍ୟ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କ୍ରାଇମ୍‌ବ୍ରାଞ୍ଚକୁ ବୟାନ୍‌ ଦେଇଥିଲେ ହେଁ ଚାର୍ଜସିଟ୍‌ରେ ଭାରତୀୟ ଦଣ୍ଡବିଧି ୧୨୦(ବି)କୁ ସ୍ଥାନ ଦିଆଯାଇନଥିଲା। ଫଳସ୍ବରୂପ ଏବେ ବି ହତ୍ୟାକାଣ୍ଡ ପଛର ରହସ୍ୟ ସାର୍ବଜନୀନ ହୋଇ ପାରିନାହିଁ। 

୨୦୨୩ ଜାନୁଆରି ୨୯ ତାରିଖରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଦାସ ବ୍ରଜରାଜନଗରରେ ଗୁଳି କରିବା ପରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାରଲିଫ୍ଟ କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ମୃତ୍ୟୁ ଘଟିଥିଲା। ୨୦୨୩ ମେ ୨୬ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ୫୪୪ ପୃଷ୍ଠାର ଚାର୍ଜସିଟ୍‌ରେ ଗୋପାଳ ଦାସ ପୂର୍ବ ଶତ୍ରୁତା ତଥା ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଛି। କିନ୍ତୁ ଏହି ଘଟଣାରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ସ୍ତ୍ରୀ ମୀନତି ଦାସ କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିବା ବୟାନ୍‌ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଉପରେ ଅଙ୍ଗୁଳି ଉଠାଇଥିଲା। ବିଶାଳ ତାଙ୍କ ବୟାନ୍‌ରେ କହିଥିଲେ, ‘ମୋ ବାପାଙ୍କୁ ପ୍ରି-ପ୍ଲାନ୍ ମର୍ଡର କରାଯାଇଛି। କାରଣ ବ୍ରଜରାଜନଗରରେ ବାପାଙ୍କ ବିରୋଧୀ ଥିଲେ।’

ସେପଟେ ସ୍ବର୍ଗତ ଦାସଙ୍କ ପତ୍ନୀ ମୀନତି ତାଙ୍କ ବୟାନରେ କହିଥିଲେ, ‘ମୋ ସ୍ବାମୀଙ୍କୁ ପ୍ରି-ପ୍ଲାନ୍‌ ମର୍ଡର କରାଯାଇଛି। କାରଣ ଏହାର ଆଗରୁ ମୋତେ ମୋ’ ସ୍ବାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ।’ ତେବେ କ୍ରାଇମ୍‌ବ୍ରାଞ୍ଚ ଏହି ଷଡ୍‌ଯନ୍ତ୍ର ଦିଗରେ ତଦନ୍ତ କରିନଥିବା ସେତେବେଳର ବିରୋଧୀ ତଥା ବର୍ତ୍ତମାନର ବିଜେପି ସରକାର ବାରମ୍ବାର ଅଭିଯୋଗ କରିଥିଲେ। ନିକଟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସେତେବେଳେ ରାଜ୍ୟ ସରକାର ଘୋଷଣା କରିଥିବା ଏଫ୍‌ବିଆଇ ତଦନ୍ତ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ଅଗଷ୍ଟ ମାସରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ଗଣମାଧ୍ୟମକୁ ବିବୃତି ଦେଇ ନବ ଦାସ ହତ୍ୟା ମାମଲାକୁ ହାଲୁକାରେ ନେଇ ହେବନି ବୋଲି କହିଥିଲେ। କେବଳ ସେତିକି ନୁହେଁ, ବିଗତ ସରକାରରେ ହୋଇଥିବା ଏଭଳି କିଛି ଚର୍ଚ୍ଚିତ ହତ୍ୟାକାଣ୍ଡର ଫାଇଲ୍‌ ପୁଣି ଖୋଲିବା ପାଇଁ ଯୋଜନା ହେଉଥିବା ସେ ବିବୃତି ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe