ନବ ଦାସ ହତ୍ୟାର ଶୁଣାଣି ଆରମ୍ଭ: ୨ ସାକ୍ଷୀଙ୍କୁ ଜେରା, ଭିସିରେ ଗୋପାଳ

ଅଙ୍କ ବିଗାଡ଼ିବ ମୂର୍ତ୍ତି ଗଣିତ: ନବ-କିଶୋର ବିବାଦ ଏବେ ବି ବଞ୍ଚିଛି

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲାରେ ଗୁରୁବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ନବ ଦାସଙ୍କ ଶବର ପଞ୍ଚନାମା ସମୟର ୨ ସାକ୍ଷୀଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଥିଲା। ସ୍ବର୍ଗତ ଦାସଙ୍କ ବଡ଼ଭାଇ ରାଜକିଶୋର ଦାସ ଓ ପିଏ ଆର୍ୟ୍ୟନ୍‌ ଓରଫ ସନ୍ତନ ସିହ୍ନାଙ୍କୁ ପଞ୍ଚନାମା ସମୟର ଘଟଣା ସମ୍ପର୍କରେ ପଚରା ଯାଇଥିଲା।

ସେପଟେ ଅଭିଯୁକ୍ତ ଗୋପାଳ ଦାସ ଆଭାସୀ ମାଧ୍ୟମରେ ଚୌଦ୍ବାର ଜେଲ୍‌ରୁ ଉପସ୍ଥିତ ରହିଥିଲା। ଗୋପାଳକୁ ଠିକ୍‌ ଅଛ ନା ନାହିଁ ସେ ନେଇ ବିଚାରପତି ପଚାରିଥିବା ବେଳେ ଗୋପାଳ ଠିକ୍‌ ରହିଥିବା ନେଇ ଉତ୍ତର ଦେଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩ରେ ହେବା ନେଇ କୋର୍ଟ ଧାର୍ଯ୍ୟ କରିଥିବା ଆଇନଜୀବୀ ନରେଶ ନାଏକ ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଗଙ୍ଗାଧର ଗଡ଼ନାୟକ ଓ ଗୋପାଳ ପକ୍ଷରୁ ଶ୍ରୀ ନାଏକ ମାମଲା ପରିଚାଳନା କରିଥିଲେ। ଗତ ମାସ ୧୪ରେ ଗୋପାଳକୁ ଦୋଷମୁକ୍ତ କରିବା ନେଇ ଦାଖଲ ହୋଇଥିବା ଡିସଚାର୍ଜ ପିଟିସନ୍‌କୁ କୋର୍ଟ ଖାରଜ କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ ଆଧାରରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe