ରାତିଅଧିଆ ନବ ଦାସଙ୍କୁ ରାଜଧାନୀକୁ ଡାକରା

ବଦଳିଲେ ୩ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଦାୟିତ୍ୱ

ନବ କିଶୋର ଦାସ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ

ଝାରସୁଗୁଡା : ବ୍ରଜରାଜନଗର ଆସନ କାହାକୁ ଦିଆଯିବ ସେ ନେଇ ବିଜେଡ଼ିରେ ଦ୍ୱନ୍ଦ ଲାଗିରହିଥିବା ଆଲୋଚନା ହେଉଛି। ଆଜି ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ନବୀନ ନିବାସରେ ତୁହାକୁ ତୁହା ମିଟିଂ ଚାଲିଥିବା ଜଣାପଡିଛି। ତଥାପି କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ନିଷ୍ପତ୍ତି ହୋଇପାରିନାହିଁ। ଏହି ନିଷ୍ପତ୍ତି ଆସନ୍ତାକାଲିକୁ ରଖାଯାଇଥିବା ବେଳେ ଆଜି ରାତିଅଧିଆ ନବ ଦାସଙ୍କୁ ଭୁବନେଶ୍ୱର ଆସିବାକୁ ଦଳ ପକ୍ଷରୁ ଡାକରା ଆସିଛି। ନବ ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ନବୀନ ନିବାସରେ ହାଜର ହେବାକୁ ନିର୍ଦ୍ଦେଶ ଆସିଥିବା ଜଣାଯାଇଛି। ବ୍ରଜରାଜନଗର ଅଙ୍କ ଛିଣ୍ଡାଇବାରେ ନବଙ୍କ ସହଯୋଗ ନିଆଯାଉଥିବା କୁହାଯାଉଛି। ତେଣୁ ଆସନ୍ତାକାଲି ଜଣାପଡ଼ିବ ଏହି ଆସନରେ କିଶୋର, ଅନୁପ ନା ଅନ୍ୟ କାହାକୁ ଟିକେଟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe