ନବନିର୍ମାଣ କୃଷକ ସଂଗଠନର ଚେତାବନୀ ସମାବେଶ

Advertisment
ନବନିର୍ମାଣ କୃଷକ ସଂଗଠନର ଚେତାବନୀ ସମାବେଶ

କଟକ : ନବନିର୍ମାଣ କୃଷକ ସଂଗଠନର ଚେତାବନୀ ସମାବେଶ ବୁଧବାର ପୂର୍ବାହ୍‌ଣରେ ହାଇକୋର୍ଟ ଗଡ଼ାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ଚାଷୀଙ୍କ ୧୫ଦଫା ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ସେପ୍ଟେମ୍ବରରେ ୩ଲକ୍ଷ ଚାଷୀ ଭୁବନେଶ୍ୱର ସଚିବାଳୟ ଘେରାଉ କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

publive-image

ନବନିର୍ମାଣ କୃଷକ ସଂଗଠନ ୮ବର୍ଷ ଧରି ଚାଷୀଙ୍କ ଅଧିକାର ପାଇଁ ଆନ୍ଦୋଳନ କରି ଆସୁଛି। ଆଜି ସଂଗଠନ ପକ୍ଷରୁୁ ଚାଷୀଙ୍କୁ ପ୍ରାଇସ୍‌, ପେନ୍‌ସନ୍‌ ଓ ପ୍ରେଷ୍ଟିଜ୍‌ ଦାବିରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ କଟକ ଜିଲ୍ଲାର ୧୪ ବ୍ଲକ୍‌ରୁ ୨୫ ହଜାରରୁ ଅଧିକ କୃଷକ ସାମିଲ ହୋଇଥିଲେ। ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଖାନନଗରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲ। ଶୋଭାଯାତ୍ରାକୁ ହାଇକୋର୍ଟ ଗଡାରେ ପୁଲିସ ଅଟକାଇଥିଲା। ପୂର୍ବରୁ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେ ଉପସ୍ଥିତ ନଥିଲେ। ଏହାକୁ ବିରୋଧ କରି ଚାଷୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲୋ। ଅପରାହ୍‌ଣ ୨ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ବିକ୍ଷୋଭ ହୋଇଥିଲା। ପରେ ଜିଲ୍ଲାପାଳ ଚାଷୀଙ୍କ ସହ ଆଲୋଚନା କରି ମାସର ଗୋଟିଏ ତାରିଖରେ କେବଳ ଚାଷୀଙ୍କ ଅଭିଯୋଗ ଶୁଣାଣି କରିବା ସହିତ ସମସ୍ୟା ସମାଧାନ କରିବା ଦିଗରେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୁ ଉଠିଥିଲେ। ପରେ ୧୫ଦଫାର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ବିକ୍ଷୋଭରେ ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ଚରଣ ରାୟ, ଯୁବ ଓ ଛାତ୍ର ସଂଯୋଜକ ମହମ୍ମଦ ମନହର ଅଲ୍ଲୀ, ଜିଲ୍ଲା ସଂଯୋଜକ ସୁଭାସ ପଣ୍ଡା, ଜିଲ୍ଲା ସହସଂଯୋଜକ ଶୁଭେନ୍ଦୁ ମଲ୍ଲିକ, ରଶ୍ମୀ ରଂଜନ ସ୍ୱାଇଁ, ଉପଦେଷ୍ଟା ରବି ଦାସ, ଶୈଲେଜ ରବି, କର୍ପୋରେଟର ଗିରିବାଳା ବେହେରା, ତିରୁପତି ପ୍ରାଣିଗ୍ରାହୀ, ପ୍ରମୋଦ ସ୍ୱାଇଁ, ଦୁର୍ଗାପ୍ରସାଦ ଦାସ, ମଧୁମିତା ସାମଲ, ସଚ୍ଚିନ ମହାପାତ୍ର, ବିଚିତ୍ରାନନ୍ଦ ପଣ୍ଡା, ସୁଶାନ୍ତ ମହାନ୍ତି, କାଶୀନାଥ ସ୍ୱାଇଁ, ଅର୍ଜୁନ ଜେନା, ଶରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe