ଚାଷୀଙ୍କ ପାଇଁ ବସିଲା ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ : ଯୋଗଦେଲାନି ନବ ନିର୍ମାଣ କୃଷକ ସଂଗଠନ

Advertisment
ଚାଷୀଙ୍କ ପାଇଁ ବସିଲା ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ : ଯୋଗଦେଲାନି ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର : ଆଜି କୃଷକ ଭବନରେ ଚାଷୀଙ୍କ କଲ୍ୟାଣ ନିମନ୍ତେ ଗଠିତ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଛି। ଏଥିରେ ୩୨ଟି କୃଷି ସଂଗଠନକୁ ଡକାଯାଇଥିଲେ ହେଁ ୨୬ଟି ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ। ତେବେ ଚାଷୀଙ୍କ ସୁରକ୍ଷା ଭତ୍ତା ପ୍ରସଙ୍ଗ ଆଲୋଚନା ପରିସରଭୁକ୍ତ ହୋଇନଥିବାରୁ ଏହି ସଂଗଠନ ବୈଠକ ବର୍ଜନ କରିଥିଲା।

ବୈଠକରେ ଅଧ୍ୟକ୍ଷତା କରି କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଲେ, ରାଜ୍ୟର କୃଷକଙ୍କ ମଧ୍ୟରୁ ୭୮ ପ୍ରତିଶତ ହେଉଛନ୍ତି ନାମମାତ୍ର ଚାଷୀ ଓ କୃଷି ଶ୍ରମିକ। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଭାଗଚାଷୀ। ସେମାନଙ୍କ ଆବଶ୍ୟକତା ମୁତାବକ ଚାଷ କାମ ପାଇଁ ବିଭିନ୍ନ ସୁବିଧା ଯୋଗାଇଦେବା ଜରୁରୀ। ସେମାନଙ୍କ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଭାବେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ବୈଠକରେ ଜୈବିକ ଚାଷ, ଜଳସେଚନ, ଗୋପାଳନ, ମାଛଚାଷ, ଦୁଗ୍ଧ ଉତ୍ପାଦନ, ଛତୁଚାଷ ଆଦି ପ୍ରସଙ୍ଗରେ ଆଲୋଚନା ନିଆଯାଇଥିଲା। କୃଷି ସଂଗଠନ, ବିଶେଷଜ୍ଞ, ସାମାଜିକ କର୍ମୀମାନେ ସେମାନଙ୍କର ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe