ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲା ନବ ନିର୍ମାଣ କୃଷକ ସଂଗଠନ

Advertisment
ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲା ନବ ନିର୍ମାଣ କୃଷକ ସଂଗଠନ

ଯାଜପୁର ଟାଉନ : ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର, ରିଲିଫ୍‌ କୋଡ୍‌ ସଂଶୋଧନ ଏବଂ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

publive-imageଚାଷୀ ଆତ୍ମହତ୍ୟା ଲାଗି ରହିଛି। ସରକାର ଏହାକୁ ସ୍ୱୀକାର କରୁନାହାନ୍ତି। ରିଲିଫ କୋଡ଼ ସଂଶୋଧନ ହେଉ ନାହିଁ। ଏତେସତ୍ତେ୍ଵ ବି କୃଷିମନ୍ତ୍ରୀ ଦାମୋଦର ରାଉତ ଚାଷୀଙ୍କୁ ସମାଲୋଚନା କରୁଛନ୍ତି। ସରକାରଙ୍କର ଚାଷପ୍ରତି ଏଭଳି ନିଷ୍ଠୁରତା, ଅବହେଳା ଓ ଚାଷୀଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ସମଗ୍ର ଚାଷୀକୂଳ ପ୍ରତି ଅନ୍ୟାୟ ହୋଇଛି ବୋଲି ସଂଗଠନ ଦାବି କରିଛି। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ସରକାର ଚାଷୀ ଆତ୍ମ ହତ୍ୟାକୁ ସ୍ୱୀକାର କରନ୍ତୁ, ରିଲିଫ କୋଡ଼ର ସଂଶୋଧନ କରାଯାଉ, ଚାଷ କ୍ଷତି ପୂରଣ ରାଶି ବଢ଼ାଯାଉ ଓ କୃଷିମନ୍ତ୍ରୀ ଶ୍ରୀ ରାଉତଙ୍କୁ ଯଥାଶୀଘ୍ର ବହିଷ୍କାର କରାଯାଉ ବୋଲି ସଂଗଠନ ଦାବି କରିଛି।

ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କମିଟ ନିଷ୍ପତ୍ତି କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୃଷିମନ୍ତ୍ରୀ ଶ୍ରୀ ରାଉତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସଂଯୋଜକ ତଥା ରାଜ୍ୟ ସହ ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ଵରେ ଜିଲ୍ଲା ସହ ସଂଯୋଜକ ଦୁର୍ଗାପ୍ରସାଦ ଦାଶ ଓ ବସନ୍ତ ନାୟକଙ୍କ ପରିଚାଳନାରେ ସହରସ୍ଥ ଗାନ୍ଧୀଛକଠାରୁ ସଂଗଠନ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବହୁ ସଂଖ୍ୟକ କର୍ମୀ ବିଭିନ୍ନ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe