ନବ ନିର୍ମାଣ କୃଷକ ସଂଗଠନର ଭୁବନେଶ୍ବର ଚାଲ ଅଭିଯାନ: ପ୍ରଶାସନ ସହ ଆଲୋଚନା ବିଫଳ

Advertisment
ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ପାଇଁ ଟ୍ରାଫିକ୍‌ କଟକଣା

ଚଣ୍ଡିଖୋଲ/ଧର୍ମଶାଳା ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ପଦଯାତ୍ରା ଆଜି ଛତିଆରେ ପହଞ୍ଚିଛି। ବଡ଼ଚଣା ଛକରେ ଜିଲ୍ଲା ପ୍ରଶାସନ ଚାଷୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ହେଁ ତାହା ବିଫଳ ହୋଇଛି। ପଦଯାତ୍ରା ବନ୍ଦ କରି ସରକାରୀ ସ୍ତରରେ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ନବ ନିର୍ମାଣ କୃଷକ ସଂଗଠନକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହି ପ୍ରସ୍ତାବକୁ ସଂଗଠନ ପ୍ରତ୍ୟାଖ୍ୟାନ କରିଥିବା ଜଣାଯାଇଛି। ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରୁ ଫେରି ଆସିି‌ଥିଲେ। ନବନିର୍ମାଣ କୃଷକ ସଙ୍ଗଠନ ଚଳାଇଥିବା ସତ୍ୟାଗ୍ରହ ପଦଯାତ୍ରା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଆଜି ସକାଳ ୯ଟା ସମୟରେ ଚାଷୀମାନେ ସେଠାରେ ଏକତ୍ରିତ ହେବା ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ା ଦିନ ୧୧ଟାରେ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ ା ଆଜି ରାତିରେ ସେମାନେ ଛତିଆଠାରେ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି। ବଡ଼ଚଣା ଛକରେ ଆଲୋଚନା ବେଳେ ଜିଲ୍ଲାପାଳ ରଂଜନକୁମାର ଦାସ, ଏସ୍‌ପି ଚରଣସିଂହ ମୀନା, କଳିଙ୍ଗନଗର ଏଡିଏମ୍ ସନ୍ତୋଷକୁମାର ମିଶ୍ର, ଉପଜିଲ୍ଲାପାଳ ନାରାୟଣପ୍ରସାଦ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe