‘ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ମନେ ରହିବେ’

Advertisment

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍‌ବିହୀନ ବ୍ୟକ୍ତିତ୍ୱ। ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ ଓ ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ...

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍‌ବିହୀନ ବ୍ୟକ୍ତିତ୍ୱ। ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ ଓ ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ...

addad

ଭୁବନେଶ୍ୱର: ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍‌ବିହୀନ ବ୍ୟକ୍ତିତ୍ୱ। ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ ଓ ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଧନୀ-ଦରିଦ୍ର ମଧ୍ୟରେ ତାରତମ୍ୟକୁ ହ୍ରାସ କରିବା ଦିଗରେ ନିଜର ନିଷ୍ଠା ପ୍ରମାଣ କରିଥିଲେ। ଜଣେ ନିଷ୍ଠାପର ଜନନାୟକ ଓ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ମୂଲ୍ୟବୋଧଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ଚୌଧୁରୀ ସବୁଦି‌ନ ମନେ ରହିବେ ବୋଲି ସେ କହିଥିଲେ। 

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ତମ୍ଭକାର ପ୍ରହଲ୍ଲାଦ କୁମାର ସିଂହ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ସରଳ, ପରୋପକାରୀ, ସତ୍ୟବାନ ରାଜନେତା ଥିଲେ। ତାଙ୍କ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲା ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏପରିକି ହୀରାକୁଦ ବନ୍ଧ ନିର୍ମାଣ କାର୍ଯ୍ୟ ତାଙ୍କ ସମୟରେ ଚାଲିଥିଲା ବୋଲି ସେ କହିଥିଲେ। ବିଶିଷ୍ଟ ଶିକ୍ଷାବତ୍‌ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରତିକୂଳତାକୁ ଭ୍ରୂକ୍ଷେପ ନକରି, କ୍ଷମତା ଓ ବସ୍ତୁବାଦୀ ଲୋଭରେ ଅବିଚଳିତ ରହି, ପ୍ରଲୋଭନକୁ ପଦାନତ କରି ନବକୃଷ୍ଣ ଚୌଧୁରୀ ଏକ ନୂତନ ଆଦର୍ଶ ସୃଷ୍ଟି କରିଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା ତଥା ଆଇଆଇଟି ଭୁବନେଶ୍ୱରର ସଦସ୍ୟ ସତ୍ୟବ୍ରତ ପଣ୍ଡା କହିଥିଲେ ଯେ ନବକୃଷ୍ଣ ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ, ସମାଜର ନିମ୍ନସ୍ରୋତରେ ଥିବା ମଣିଷଙ୍କ ଉନ୍ନତି, ଭାଷାଗତ ଓ ସାଂସ୍କୃତିକ ବିକାଶ ସାଙ୍ଗକୁ ସବୁବେଳେ ଦୂରଦୃଷ୍ଟି ନେଇ ସମାଜର ଉତ୍ତରଣ କଥା ଚିନ୍ତା କରୁଥିଲେ। ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ନବକୃଷ୍ଣଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଃସ୍ୱାର୍ଥପର ଜନସେବକ ଓ ବିଶିଷ୍ଟ ରାଜନୀତିଜ୍ଞ ଭାବେ ବର୍ଣ୍ଣନା କରିଥିଲେ। ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe