ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି

ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ଭିତରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଇଛି ନୂଆଖାଇ ଉତ୍ସବ। ଘରେ ଘରେ ନୂଆଖାଇ ଲାଗି ଆରମ୍ଭ ହୋଇଯାଇଛି। ବଡ଼ମାନଙ୍କୁ ଜୁହାର କରିବାର ପରମ୍ପରା ବା ନୂଆଖାଇ ଜୁହାର। ଏହି ଅବସରରେ ସମଗ୍ର ସମଗ୍ର ପଶ୍ଚିମ ଓଡ଼ିଶାର କୋଭିଡ କଟକଣା ଭିତରେ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ଯାଏ ଚଳଚଞ୍ଚଳ ହୋଇଉଠିଛି।

publive-image
ସମ୍ବଲପୁରର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଆଜି ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତିରେ ମାଆଙ୍କ ପାଖରେ ନବାନ୍ନ ଲାଗି କରିଛନ୍ତି। କିନ୍ତୁ ଏଥର ଶ୍ରଦ୍ଧାଳୁମାନେ ମା ସମଲେଇଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ସେହିପରି ପଶ୍ଚିମଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ , ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହେଉଛି। ଏହା ପରେ ଘରେଘରେ ଆରମ୍ଭ ହୋଇଛି ନୂଆଖାଇ ଜୁହାର। ପରିବାର ର ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି ପରିବାରର ସଦସ୍ୟମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe