ଗାନ୍ଧୀମାର୍ଗରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ, ସରକାରଙ୍କ ପାଖରେ ୩ ଦଫା ଦାବି

ଗାନ୍ଧୀମାର୍ଗରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ, ସରକାରଙ୍କ ପାଖରେ ୩ ଦଫା ଦାବି

ଭୁବନେଶ୍ବର/ବରଗଡ଼ : ୩ ଦଫା ଦାବି ନେଇ ସୋମବାର ଦିନ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମଣ୍ଡିରେ କଟ୍‌ନି ଛଟ୍‌ନି ବନ୍ଦ କରିବା, ବିଦ୍ୟୁତ ଗ୍ରାହକଙ୍କ ‌ଶୋ‌ଷଣ ବନ୍ଦ କରିବା ଓ ଚାଷୀମାନଙ୍କ ପାଇଁ ପେନ୍‌ସନ ଲାଗୁ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ସୋମବାର ଦିନ ସଂଘର ଶତାଧିକ ସଦସ୍ୟ ମାଷ୍ଟରକ୍ୟାଣ୍ଟିନ ଛକରୁ ବିଧାନସଭା ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ରାସ୍ତାରେ ବ୍ୟାରିକେଡ୍‌ ଅତିକ୍ରମ କରିବାକୁ ଉଦ୍ୟମ କଲା ବେଳେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ଏହାପରେ ସେଠ‌ା‌ରେ ପ୍ରତିବାଦ ସଭା କରି କୃଷକ ନେତାମାନେ କହିଥିଲେ ଯେ ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି, ଅଥଚ ବିଧାନସଭାରେ କଥା ଉଠିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଣୁ ବାଧ୍ୟହୋଇ ଚାଷୀମାନେ ଆଜି ଚାଷ ଜମି ଛାଡ଼ି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର କୃଷି ପାଇଁ ବଡ ବଜେଟ୍‌ କରିବା କଥା କହି ବାହାସ୍ଫୋଟ ମାରୁଛନ୍ତି, ମାତ୍ର ଚାଷୀମାନଙ୍କ ପାଇଁ ପେନ୍‌ସନ ନାହିଁ। ଧାନ ଉପରେ ମଧ୍ୟ ବୋନସ୍‌ ମିଳୁନାହିଁ। ଏପଟେ ବିଦ୍ୟୁତ୍‌ ବିତରଣ ସଂସ୍ଥା ସାଧାରଣଲୋକ ଓ ଚାଷୀଙ୍କ ଉପରେ ଅତ୍ୟାଚାର ଚଳାଉଛି। ଏହି ଯଥୋଚିତ ଦାବିଗୁଡ଼ିକର ସମାଧାନ ପାଇଁ ସାଧାରଣ ଜନତାଙ୍କୁ ହିଁ ଲଢ଼ିବାକୁ ପଡ଼ିବ ବୋଲି ବକ୍ତାମାନେ ଆହ୍ବାନ ଦେଇଥିଲେ। ଆଜିର ଆନ୍ ଦୋଳନରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ, ଉମାକାନ୍ତ ରାଉତ ଓ ମନ୍‌ୱର ଅଲ୍ଲୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe