ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରଣ ହେବ, ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଶିଳାନ୍ୟାସ

Advertisment
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରଣ ହେବ, ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଶିଳାନ୍ୟାସ

ଭୁବନେଶ୍ବର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରଣ ହେବ। ୧୦.୮୩ କୋଟି ଟଙ୍କା ବ୍ୟୟରେ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନିର୍ମାଣ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଥିଲେ। ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏହାର ଭୂମି ପୂଜନ କରିଛନ୍ତି। ଏହି ଚିକିତ୍ସାଳୟ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ‌େଦବାରେ ସହାୟକ ହେବ ବୋଲି ଶ୍ରୀ ଦାସବର୍ମା କହିଥିଲେ।

ଭୂମି ପୂଜନ ପରେ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହା ପରେ ଶ୍ରୀ ଦାସବର୍ମା ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗରୀ ପରିଦର୍ଶନ କରି ସେଠାରେ ବୃକ୍ଷରୋପଣ କରିବା ସହ ଏହାକୁ ଅଧିକ ଆକର୍ଷଣୀୟ କରିବା ଉପରେ ବନ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥି‌େଲ। ଏହା ପରେ ସେ ଓଡ଼ିଶା ଜୀବିକା ମିସନ୍, ନବରଙ୍ଗପୁର ପରିଦର୍ଶନରେ ଯାଇ ଏହାର କାର୍ଯ୍ୟକ୍ରମ ଓ ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ବିଇଡି କଲେଜସ୍ଥିତ କୋଭିଡ୍‌ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷ ତାଙ୍କ ତିନି ଦିନିଆ ନବରଙ୍ଗପୁର ଗସ୍ତ ସମୟରେ ବିଭିନ୍ନ ବ୍ଲକ୍‌ ପରିଦର୍ଶନ କରି ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦ‌େକ୍ଷପର ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe