ଝରିଗାଁ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ମୁହଁ ଖୋଲିଲା ବିଜେଡି

Advertisment
ବଦଳିବେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି! କାହା ଉପରେ ଆସ୍ଥା ପ୍ରକଟ କରିବ ଦଳ?

Sambad

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ୨ଦିନ ପରେ ଆଜି ପ୍ରତିକ୍ରିୟା ଦେଇଛି ବିଜେଡି। ନବରଙ୍ଗପୁରଠାରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପକ୍ଷ ରଖିବା ସହ ସଫେଇ ଦିଆଯାଇଛି।

ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ କହିଛନ୍ତି, ଝରିଗାଁ ବିଧାୟକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। କିଛି ରାଜନୈତିକ ବ୍ୟକ୍ତିବିଶେଷ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ଦୃଷ୍ଟିରେ ଦେଖି ଏପରି ଚକ୍ରାନ୍ତ କରିଥିବା ଅନୁମାନ କରାଯାଉଛି। ଯାଦବ ମାଝୀଙ୍କ ପରିବାର ୩୦ବର୍ଷ ହେଲା ନବରଙ୍ଗପୁର ଜିଲ୍ଲାରେ ରାଜନୀତି କରି ସୁନାମ ଅର୍ଜନ କରିଛନ୍ତି। ହୀନ ଉଦ୍ଦେଶ୍ୟ ଓ ବ୍ୟକ୍ତିଗତ ଆକ୍ରୋଶ ରଖି ଏହିଭଳି ଏକ ଷଡ଼୍‌ଯନ୍ତ୍ର କରାଯାଇଥିବା ସେ କହିଛନ୍ତି।

ସଂଗିନ୍‌ ଅଭିଯୋଗ ସତ୍ତ୍ବେ ବିଧାୟକ ନିଜେ କାହିଁକି ଗଣମାଧ୍ୟମ ଜରିଆରେ ନିଜ ପକ୍ଷ ରଖୁନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ବିଧାୟକ ନିଶ୍ଚିତ ଭାବେ ସ୍ପଷ୍ଟୀକରଣ ଦେବେ। ନବରଙ୍ଗପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ଓ ପବିତ୍ର ମାଟି। ବି‌ରୋଧୀ ଯେଉଁଭଳି ଭାବେ ଏହି ଘଟଣାକୁ ଗୋଳିଆ କରିବା ପାଇଁ ଚେଷ୍ଟା କରିଛନ୍ତି, ସେଥିସକାଶେ ଜିଲ୍ଲାର ସ୍ବାର୍ଥ ଏବଂ ଇଜ୍ଜତ ରକ୍ଷା କରିବା ପାଇଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିବା ମଞ୍ଜୁଳା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏତଲା ପରେ ମାମଲା ରୁଜୁ ହୋଇ ନଥିବା ନେଇ ବିରୋଧୀ ଦଳ କରୁଥିବା ଅଭିଯୋଗରେ ସତ୍ୟତା ନାହିଁ। ମାମଲା ନିଶ୍ଚିତ ରୁଜୁ ହେବ। ମୁଖ୍ୟମନ୍ତ୍ରୀ କାହାକୁ କ୍ଷମା କରିନାହାନ୍ତି। ଯଦି ସେ ଦୋଷୀ ସାବ୍ୟସ୍ତ ହେବେ, ତେବେ ନିଶ୍ଚିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେତିକିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ପୌର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, କାଉନସିଲର ରଂଜିତା ପଣ୍ଡା ଓ ଅନ୍ୟ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe