ବାଲ୍ୟ ବିବାହରେ ନବରଙ୍ଗପୁର ଜିଲ୍ଲା ‘୧’ ନମ୍ବର

Advertisment
ବାଲ୍ୟ ବିବାହରେ ନବରଙ୍ଗପୁର ଜିଲ୍ଲା ‘୧’ ନମ୍ବର

ନବରଙ୍ଗପୁର: ନୀତି ଆୟୋଗ ରିପୋର୍ଟ ଅନୁସାରେ ଦାରିଦ୍ର୍ୟ ତାଲିକାରେ ନବରଙ୍ଗପୁର ଜିଲ୍ଲା ରାଜ୍ୟର ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲା। ଏବେ ବାଲ୍ୟ ବିବାହରେ ବି ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ବିଡ଼ମ୍ବନା ହେଲା ଜାତୀୟ ହାରର ପାଖାପାଖି ଦୁଇ ଗୁଣ ନବରଙ୍ଗପୁର ଜିଲ୍ଲାର ବାଲ୍ୟ ବିବାହ ହାର ରହିଛି।

ରିପୋର୍ଟ ଅନୁସାରେ, ବାଲ୍ୟ ବିବା‌ହରେ ଜାତୀୟ ହାର ୨୩.୩ ପ୍ରତିଶତ ଏବଂ ରାଜ୍ୟରେ ୨୦.୫ ପ୍ରତିଶତ ରହିଛି। ଏହି ତୁଳନାରେ କିନ୍ତୁ ନବରଙ୍ଗପୁର ଜିଲ୍ଲାର ହାର ଚିନ୍ତାଜନକ। ନବରଙ୍ଗପୁର ଜିଲ୍ଲାରେ ବାର୍ଷିକ ୩୯.୪ ପ୍ରତିଶତ ବାଲ୍ୟ ବିବାହ ହେଉଛି। ନବରଙ୍ଗପୁର ପଛକୁ ୩୯.୩ ପ୍ରତିଶତ ସହ ମାଲକାନଗିରି ଜିଲ୍ଲା ରହିଛି। ସେହ‌ିଭଳି କୋରାପୁଟ ଜିଲ୍ଲାର ହାର ୩୫.୫ ଓ ରାୟଗଡା ଜିଲ୍ଲାର ହାର ୩୪.୪ ପ୍ରତିଶତ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe