‘ଭଏଁରାଘୁମର ଜଳପ୍ରପାତ’ର ବିକାଶ ଲାଗି ଉଦ୍ୟମ ଆରମ୍ଭ କଲା ନବରଂଗପୁର ଜିଲ୍ଲା ପ୍ରଶାସନ

‘ଭଏଁରାଘୁମର ଜଳପ୍ରପାତ’ର ବିକାଶ ଲାଗି ଉଦ୍ୟମ ଆରମ୍ଭ କଲା ନବରଂଗପୁର ଜିଲ୍ଲା ପ୍ରଶାସନ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତରେ ଥିବା ଭଏଁରାଘୁମର ଜଳପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଭଏରା ଘୁମର ଜଳପ୍ରପାତ ନିକଟକୁ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହ ପାଦରେ ଚାଲି ଚାଲି ପହଞ୍ଚି ଏହାର ମନୋରମ ଦୃଶ୍ୟ ଦେଖି ବିଭୋର ହେବା ସହ ଏଠାରେ ପ୍ରଯ୍ୟଟନ ସ୍ଥଳି ନିର୍ମାଣ ସହ ଏହା ଦ୍ୱାରା କିପରି ରାଜସ୍ୱ ଆଦାୟ ହେବା ସହ ସ୍ଥାନୀୟ ହସ୍ତଶିଳ୍ପର ବିକ୍ରୟ ହୋଇ ପାରିବ ସେଥିପାଇଁ ପ୍ରୟାସ ଜାରି କରିବେ ବୋଲି ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି। ଏହା କିପରି କରାଯିବ ଏହାର ସୌନ୍ଦର୍ଯ୍ୟ କିପରି ରହିବ ସେବାଦରେ ଜିଲ୍ଲପାଳ ଡ଼ଃ ମିଶ୍ର ଭଏଁରାଘୁମର ଜଳପ୍ରପାତ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝି ବ୍ଲକ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ବୁଦ୍ଧିଜୀବୀଙ୍କ ସହ ଜିଲ୍ଲାପାଳ ଶନିବାର ଦିନ ଗସ୍ତ କରି ଆଲୋଚନା କରିବା ସହ କୁହୁଡି ଠାରୁ ଭଏଁରାଘୁମରକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହି ଜଳପ୍ରପାତ ନିକଟକୁ ନିଜେ ପହଞ୍ଚିବା ପରେ ଅଞ୍ଚଳବାସୀ ଏଥର ନିଶ୍ଚୟ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ ବୋଲି ଆଶା ବାନ୍ଧିବା ସହ ସ୍ଥାନୀୟ ଲୋକଙ୍କ ମନରେ ଖୁସୀର ଲହରୀ ଖେଳି ଯିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।

publive-image

ପ୍ରକାଶ ଥାଉକି ଚନ୍ଦାହାଣ୍ଡି ବ୍ଲକ କୁହୁଡି ଠାରେ ଥିବା ଭଏଁରାଘୁମର ଜଳପ୍ରପାତ ସୌନ୍ଦର୍ଯ୍ୟର ଏକ ଭୂସ୍ବର୍ଗ ସଦୃଶ୍ୟ ରହିଥିବା ବେଳେ ପ୍ରାୟ ଦୁଇ ଶହ ଫୁଟ ଉପରୁ ଏଠାରେ ପାଣି ପଡିଥାଏ। ଏଠାକୁ ବଣ ଭୋଜି କରିବା ପାଇଁ ଚନ୍ଦାହାଣ୍ଡି ସମେତ ପଡୋଶୀ କଳାହାଣ୍ଡି ଏବଂ ଛତିଶଗଡ ରାଜ୍ୟର ପ୍ରଯ୍ୟଟକମାନେ ଆସିଥାନ୍ତି। କୁହୁଡି ଠାରୁ ଉପଯୁକ୍ତ ରାସ୍ତା ଅଭାବରେ ସେମାନେ ବିଶେଷ ଭାବରେ ହଇରାଣ ହେଉଥିଲେ। ସୌନ୍ଦର୍ଯ୍ୟ ଅଛି କିନ୍ତୁ ରାସ୍ତା ନାହିଁ ଖବର ବାରମ୍ବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପରେ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ନିଜ ଫାଣ୍ଠିରୁ ଦୁଇ ଲକ୍ଷ ରାସ୍ତା ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରିଥିଲେ। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିଲା।

ତେବେ ଜିଲ୍ଲାପାଳ ଡ଼ ମିଶ୍ର ଆଜି ଭଏଁରାଘୁମର ଜଳପ୍ରପାତ ଗସ୍ତ କରି ଏଠାକାର ସମସ୍ତ ଦୃଶ୍ୟ ଉପଭୋଗ କରିବା ସହ ଏଠାରେ ଏକ ରେଷ୍ଟ ହାଉସ ନିର୍ମାଣ କରାଯିବା ସହ ଏଥିରେ ବିଦ୍ୟୁତ କରଣ ହେବା ସହ ପାନୀୟ ଜଳର ସୁବିଧା କରାଯିବ ବୋଲି କହିଥିଲେ। ଏହା ଫଳରେ ଏଠାକୁ ଯେପରି ବହୁ ସଂଖ୍ୟକ ପ୍ରଯ୍ୟଟକ ମାନେ ଆସି ଏଠାରେ ରହିବା ସହ ସମସ୍ତ ସୁବିଧା ପାଇ ପାରିବେ। ଏଠାରେ ଜଳଖିଆ, ଭୋଜନ ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆ ଯିବା ସହ ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ହସ୍ତତନ୍ତ୍ର ଏଠାରେ ଯେପରି ବିକ୍ରି ହୋଇ ଆର୍ଥନୀତିର ବିକାଶ ହୋଇ ପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଥିଲେ। ରାସ୍ତା ନିର୍ମାଣ ପାଇଁ ମନରେଗା, ଏସ ଏଫସି ଓ ସିଏଫସି ଏବଂ ବିଧାୟକ ଓ ସାଂସଦଙ୍କ ଫାଣ୍ଠିରୁ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଭଏଁରାଘୁମର ଗସ୍ତ ସମୟରେ ଉଠାଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ବିଡିଓ ଧର୍ମରାଜ ମାଝି, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟା କେତକୀ ମଲ୍ଲୀ ଗୌଡ଼, ଧୋଡିପାଣି ସମିତି ସଭ୍ୟା ଭାନୁମତି ମାଝି, ସରପଞ୍ଚ ଦୁଲ୍ଲଭ ପୁଜାରୀ, ସମିତି ସଭ୍ୟା ଖିର ଗୌଡ଼, ଗୌରୀ ନେଙ୍ଗୀ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଟ ଯନ୍ତ୍ରୀ ରାଜୀବ ଲୋଚନ ଧଳ, ଚନ୍ଦନ ଦଳେଇ, ଉଦୟନାଥ ମୁର୍ମୁ , ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ଭାବଗ୍ରାହୀ ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ସହ ଭଏଁରା ଘୁମର ବିକାଶ ବାବଦ ରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe